ଟନେଲରେ ଫସିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହିରୋ ସାଜିଥିବା ଖନନକାରୀ କହିଲେ, ଜୀବନ ହାରିବା ଛଡ଼ା ମୋ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ

Advertisment
ଟନେଲରେ ଫସିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରି ହିରୋ ସାଜିଥିବା ଖନନକାରୀ କହିଲେ, ଜୀବନ ହାରିବା ଛଡ଼ା ମୋ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ

ନୂଆଦିଲ୍ଲୀ: ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟିର (ଡିଡିଏ) ନିକଟରେ ଘର ଭଙ୍ଗା କାମ ଅଭିଯାନ ଆରମ୍ଭ କରିଛି। ତେବେ ଡିଡିଏ ଭଙ୍ଗିଥିବା ଘର ମଧ୍ୟ‌ରୁ ଗୋଟାଏ ଘର  ଖନନକାରୀ ଭାକେଲ ହାସନଙ୍କ ଥିବା ଜଣାପଡ଼ିଛି। ଯିଏକି ଗତବର୍ଷ ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥି‌ଲେ।

ଘରଭାଙ୍ଗି ଦେବା ପରେ ଭାକେଲ ହାସନ କହିଛନ୍ତି,‘ମୋର ଘର ଏମିତି ଏକ ମୂଲ୍ୟବାନ ଜିନିଷ ଥିଲା ଯାହାକୁ ମୁଁ ଉତ୍ତରାଖଣ୍ଡ ଉଦ୍ଧାର ଅଭିଯାନ ପରେ ଉପହାରରେ ମାଗିଥିଲି। କିନ୍ତୁ ଡିଡିଏ କୌଣସି ନୋଟିସ ନଦେଇ ମୋର ଏହି ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି। ସରକାର ମୋତେ ପ୍ରତିଶ୍ରୁତି ଦେଇଥିଲେ ମୋର ଘର କେବେ ବି ଭାଙ୍ଗିବେ ନାହିଁ। ଘର ଭାଙ୍ଗିବା ପରେ ପିଲା ସ୍ତ୍ରୀ ରାସ୍ତାରେ ଅଛନ୍ତି। ଏଦୃଶ୍ୟ ଦେଖିବା ଅପେକ୍ଷା ମରିଯିବା ଭଲ।ଏବେ ମୋ ପାଖରେ ଜୀବନ ହାରିବା ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ।

ସେହିପରି  ଭାକେଲ ହାସନଙ୍କ ସ୍ତ୍ରୀ କହିଛନ୍ତି, ‘ ମୋ ସ୍ବାମୀ ନିଜ ଜୀବନକୁ ବାଜି ଲଗାଇ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାପରେ ଲୋ‌କେ ତାଙ୍କୁ ବାସ୍ତବ ହିରୋ କହୁଥିଲେ ଖୁବ ସମ୍ମାନ କରୁଥିଲେ।ଏବେ  ବିନା ନୋଟିସରେ ସେ ରହୁଥିବା ଘରକୁ କେମିତି ଭାଙ୍ଗି ଦିଆଗଲା। ଆମେ ଏବେ ରହିବୁ କେଉଁଠି। ’

ଏହି ଘଟଣାକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। କଂଗ୍ରେସ ନେତାମାନେ ବିଜେପିକୁ କଟାକ୍ଷ କରି ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରୁଛନ୍ତି।

ଏହି କ୍ରମରେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି, ‘ଭାକେଲ ହାସନଙ୍କ ଘର ଭାଙ୍ଗିବା ପାଇଁ ଅର୍ଡର ଥିଲା। ଆମେ ଏ ଦିଗରେ ଆଲୋଚନା କରିଛୁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଭାକେଲ ହାସନଙ୍କୁ ଘର ଯୋଗାଇ ଦେବୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe