ଦିଲ୍ଲୀ: ସ୍କୁଲ, କଲେଜ ଓ ଜିମ ଖୋଲିବାକୁ ନେଇ ବଡ଼ ନିଷ୍ପତ୍ତି

Advertisment
ଦିଲ୍ଲୀ: ସ୍କୁଲ, କଲେଜ ଓ ଜିମ ଖୋଲିବାକୁ ନେଇ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନାଭାଇରସର ନୂତନ ମାମଲା ହ୍ରାସ ପାଇବା ପରେ ସ୍କୁଲ, କଲେଜ ଓ କୋଚିଂ ପ୍ରତିଷ୍ଠାନ  ଖୋଲିବାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଏହା ସହିତ (ଡିଡିଏମଏ) ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ବୈଠକରେ ଫେବ୍ରୁଆରି ୭ରୁ ଦିଲ୍ଲୀରେ ଜିମ୍ ଖୋଲିବାକୁ ମଧ୍ୟ ସହମତି ପ୍ରକାଶ ପାଇଛି।

ଡିଡିଏମଏର ବୈଠକରେ ଦିଲ୍ଲୀରେ ନାଇଟ୍ କର୍ଫ୍ୟୁ ଉଠାଇବାକୁ ବି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଦିଲ୍ଲୀରେ ରାତି କର୍ଫ୍ୟୁ ରାତି ୧୧ ଟାରୁ ୫ଟା ପର୍ଯ୍ୟନ୍ତ ରହିବ। ଏହା ପୂର୍ବରୁ ରାତି ୧୦ ଟାରୁ ଆରମ୍ଭ ହେଉଥିଲା କର୍ଫ୍ୟୁ।

publive-image

ଦିଲ୍ଲୀର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ଏସଓପି ଅଧୀନରେ ଖୋଲିବ ଏବଂ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରାଯିବ। ଏଥିସହିତ ଦିଲ୍ଲୀରେ ବିଦ୍ୟାଳୟଗୁଡ଼ିକ ପର୍ଯ୍ୟାୟକ୍ରମେ ଖୋଲାଯିବ। ସର୍ବପ୍ରଥମେ ୯ମରୁ ଦ୍ୱାଦଶ ଶ୍ରେଣୀର ବିଦ୍ୟାଳୟଗୁଡ଼ିକ ଫେବ୍ରୁଆରି ୭ ରୁ ଖୋଲାଯିବ। ଏହାପରେ ଫେବ୍ରୁଆରି ୧୪ ରୁ ନର୍ସରୀ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବ। ଏହା ସ‌ତ୍ତ୍ବେ ବି ଅନଲାଇନ୍ କ୍ଲାସ୍ ଜାରି ରହିବ। ଯେଉଁ ଶିକ୍ଷକମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ଅନୁମତି ନାହିଁ।

ଏଥିସହିତ ବାର ଓ ରେସ୍ତୋରାଁଗୁଡ଼ିକ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ସେବା ଯୋଗାଇ ପାରିବେ। ଏତଦ ବ୍ୟତୀତ ଡିଡିଏମଏ ବୈଠକ‌ରେ ଦିଲ୍ଲୀର କାର୍ଯ୍ୟାଳୟଗୁଡିକୁ ଶତପ୍ରତିଶତ ଉପସ୍ଥାନ ସହିତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି | ଏଣିକି ଯଦି କେହି କାରରେ ଏକୁଟିଆ ଗାଡି ଚଳାଉଛନ୍ତି, ତେବେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe