ଭାରତରେ ଟିକାକରଣ ପରେ ୧୮୦ ମୃତ, ୩ ଦିନ ମଧ୍ୟରେ ୭୫% ମୃତ୍ୟୁ

୧୮-୪୪ ବର୍ଷର ଲୋକଙ୍କ ଟିକାକରଣ: ନେଟୱର୍କ ନ ଥିବା ଅପହଞ୍ଚ ଅଞ୍ଚଳରେ କିଭଳି ହେବ ପଞ୍ଜୀକରଣ?

Representational image Zee News

ନୂଆଦିଲ୍ଲୀ : ଭାରତରେ ୩୧ ମାର୍ଚ୍ଚ ସୁଦ୍ଧା ଟିକାକରଣ କରିବା ପରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ୭୫% ଲୋକଙ୍କ ମୃତ୍ୟୁ ଟିକା ନେବାର ୩ ଦିନ ଭିତରେ ଘଟିଛି। ଟିକାକରଣ ପରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ ଅନୁଧ୍ୟାନ କରୁଥିବା ଜାତୀୟ କମିଟି ଏ ବାବଦ ତଥ୍ୟ ରଖିଛି। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ କରୋନାଭାଇରସକୁ ରୋକିବା ପାଇଁ ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ୩ ଦିନ ମଧ୍ୟରେ ୯୩ ଜଣଙ୍କ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଟିକା ନେବାପରେ ୨୭୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି । ୫୫ ଜଣଙ୍କଠାରେ ସାଂଘାତିକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଟିକା ନେବାର ୪ରୁ ୭ ଦିନ ମଧ୍ୟରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଟିକାକରଣର ୮ରୁ ୨୮ ଦିନ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

୭୦୦ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ମାମଲାର ଅଧ୍ୟୟନ ଜାରି
ନୂଆଦିଲ୍ଲୀ : ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା ଟିକା ନେବାପରେ ରକ୍ତ ଜମାଟ ବାନ୍ଧୁଥିବା ଅଭିଯୋଗ ପରେ ଅନେକ ରାଷ୍ଟ୍ର ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ବିଭିନ୍ନ ରାଷ୍ଟ୍ର ୩୦ ବର୍ଷରୁ କମ୍‌ ବୟସର ଲୋକଙ୍କୁ ଅକ୍ସଫୋର୍ଡ ଟିକା ନନେବା ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଅନ୍ୟପକ୍ଷରେ ଭାରତରେ ଟିକା ନେବାପରେ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ୭୦୦ ଲୋକଙ୍କ ବାବଦରେ ଅଧ୍ୟୟନ ଜାରି ରହିଛି। କରୋନା ଟିକା ନେବା ପରେ ଏହି ଲୋକଙ୍କଠାରେ ଅତି ଗୁରୁତର ପାର୍ଶ୍ବ ପ୍ରଭାବ ଦେଖିବାକୁ ମିଳିଥିଲା। ଟିକା ସହିତ ଏହି ପ୍ରତିକ୍ରିୟାର କିଛି ସଂପର୍କ ରହିଛି କି ନାହିଁ ସେ ନେଇ ବୈଜ୍ଞାନିକମାନେ ଅନୁଧ୍ୟାନ ଜାରି ରଖିଛନ୍ତି। ଭାରତରେ ରକ୍ତ ଜମାଟ ବାନ୍ଧିବା ମାମଲା ଅଧିକ ନଥି‌ବା ବେଳେ ଅନ୍ୟ ପ୍ରତିକ୍ରିୟା ସବୁ ରହିଛି। ଭାରତର ନିଜସ୍ବ ଟିକା କୋଭାକ୍ସିନକୁ ନେଇ ଖୁବ୍‌ କମ୍‌ ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ମାମଲା ଆସିଥିବା ବେଳେ ଅକ୍ସଫୋର୍ଡ ଟିକା କୋଭିସିଲ୍‌ଡ ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe