ଗୋରଖପୁର ଆମ୍ବ ତୋଟାରେ ବାଦୁଡ଼ି ମଡ଼କ, ଲୋକଙ୍କ ଭିତରେ ଭୟର ଆତଙ୍କ

Advertisment
ଗୋରଖପୁର ଆମ୍ବ ତୋଟାରେ ବାଦୁଡ଼ି ମଡ଼କ, ଲୋକଙ୍କ ଭିତରେ ଭୟର ଆତଙ୍କ

Times of India

ଗୋରଖପୁର: ମହାମାରୀ କରୋନା ଭାଇରସ୍‌ ବାଦୁଡ଼ିରୁ ସୃଷ୍ଟି ବୋଲି ଜାଣାଥିବା ବେଳେ ଗୋରଖପୁରର ବେଲଘଟ ଅଞ୍ଚଳରେ ପଲ ପଲ ମୃତ ବାଦୁଡ଼ି ପଡ଼ିଥିବାର ଦେଖି ଲୋକଙ୍କ ଭିତରେ ଭୟର ଆତଙ୍କ ଦେଖା ଦେଇଛି। ସୋମବାର ସଂପୃକ୍ତ ଅଞ୍ଚଳର ଏକ ଆମ୍ବ ବଗିଚାରେ ପ୍ରାୟ ୩୦୦ ବାଦୁଡ଼ି ମରି ପଡ଼ିଥିବାର ନଜର ଆସିଛି।

ଅଚାନକ ଏପରି ବାଦୁଡ଼ିମାନେ ମରି ପଡ଼ିଥିବାର କାରଣ ଜାଣିବା ପାଇଁ ଅଞ୍ଚଳିକ ବନ୍ୟ ଅଧିକାରୀ ସେଠାରୁ ମୃତ ବାଦୁଡ଼ି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ବେଳେ ସୋସିଆଲ୍‌ ମିଡିଆରେ ଏ ନେଇ ନା ନା କଥା ଦେଖିବାକୁ ମିଳିଛି। ବିନା କୌଣସି ବୈଜ୍ଞାନିକ ଅଧାରରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଏପରି ବାଦୁଡ଼ି ମୃତ୍ୟୁ ପଛର କାରଣ କରୋନା ଭାଇରସ୍‌ ବୋଲି ଲେଖିଥିବାର ଦେଖିବାକୁ ମିଳିଛି। ବାଦୁଡ଼ିମାନେ କରୋନା ଆକ୍ରାନ୍ତ ହେବା ପରେ ସେମାନଙ୍କର ମୃତ୍ୟୁ ହୋଇଛି ବୋଲି ଅନେକ ବ୍ୟବହାରକାରୀ ଲେଖିଥିବାର ଦେଖିବାକୁ ମିଳିଛି।

କେହି କେହି ଏହାକୁ ଗ୍ରୀଷ୍ମର ପ୍ରଭାବ ବୋଲି ମଧ୍ୟ କହିଛନ୍ତି। ସଂପୃକ୍ତ ଅଞ୍ଚଳରେ ପାଣି ନଥିବା ହେତୁ ଶୋଷରେ ତଣ୍ଟି ଶୁଖିଯିବାରୁ ବାଦୁଡ଼ିମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା କେହି କେହି କହିଥିବାର ଦେଖିବାକୁ ମିଳିଛି।

publive-image Rediff.com

ଧୃବ ନାରାୟଣ ସିଂହ ନାମକ ଜଣେ ବ୍ୟକ୍ତି ପ୍ରଥମେ ନିଜ ଆମ୍ବ ବଗିଚାରେ ଶହ ଶହ ବାଦୁଡ଼ି ଭୂଇଁରେ ଲୋଟିଥିବା ଦେଖିବାକୁ ପାଇଥିଲେ। ସେ ତାହା ପରେ ସ୍ଥାନୀୟ ଲୋକଙ୍କୁ କହିବାରୁ ସଂପୃକ୍ତ ଅଞ୍ଚଳର ଲୋକଙ୍କ ମନରେ ଭୟର ଆତଙ୍କ ଖେଳି ଯାଇଥିଲା।

ଏ ନେଇ ଜିଲ୍ଲା ଜଙ୍ଗଲ ଅଧିକାରୀ କହନ୍ତି, ‘ସକାଳ ପ୍ରାୟ ୮ଟା ସମୟରେ ଆମେ ବାଦୁଡ଼ିମାନେ ଭୂଇଁରେ ମରି ପଡ଼ିଥିବା ଖବର ପାଇଲୁ। ଆମ ରେଞ୍ଜର ସଂପୃକ୍ତ ଅଞ୍ଚଳକୁ ଯାଇ ଏକ ଜାର୍‌ରେ ୫୮ଟି ବ‌ାଦୁଡ଼ି ସଂଗ୍ରହ କରି ଆଣି ତାହାକୁ ପରୀକ୍ଷା ପାଇଁ ଇଣ୍ଡିଆନ୍‌ ଭେଟେନାରି ରିସର୍ଚ ଇନ୍‌ଷ୍ଟିଚିଉଟ୍‌(ଆଇଭିଆର୍‌ଆଇ)କୁ ବ୍ୟବଚ୍ଛେଦ ପାଇଁ ପଠାଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe