ଘରୁ ମିଳିଲା ବୃଦ୍ଧ ଭାଇ-ଭଉଣୀଙ୍କ ପଚାସଢ଼ା ମୃତ ଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Advertisment
ଘରୁ ମିଳିଲା ବୃଦ୍ଧ ଭାଇ-ଭଉଣୀଙ୍କ ପଚାସଢ଼ା ମୃତ ଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

photo-oneindia

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ନଗରର ରାଣା ପ୍ରତାପ ବାଗ ସ୍ଥିତ ଏକ ଘରେ ବୃଦ୍ଧ ଭାଇ ଭଉଣୀଙ୍କ ପଚା ଶବ ଉଦ୍ଧାର କରାଯାଇଛି। ହେଲେ ଏମାନଙ୍କର ମୃତ୍ୟୁ କିପରି ହୋଇଛି ସେ ସଂପର୍କରେ ପୁଲିସ ଏଯାବତ୍‌ ସୁରାକ୍‌ ପାଇ ନାହିଁ। ମିଳିଥିବା

ସୂଚନା ଅନୁଯାୟୀ ମୃତ ଭାଇ ଚମନ ଲାଲ ଖୋସଲାଙ୍କ ବୟସ ୯୫ ବର୍ଷ। ସେ ଲକ୍‌ବେ ରୋଗରେ ପୀଡ଼ିତ ଥିଲେ। ଅପରପକ୍ଷରେ ଭଉଣୀ ରାଜ କୁମାରୀଙ୍କ ବୟସ ୭୯ ବର୍ଷ। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ପ୍ରଥମେ ବୃଦ୍ଧା ରାଜ କୁମାରୀଙ୍କ ମୃତ୍ୟୁ ଘଟିଛି ଓ ତା’ପରେ ଭାଇ ଚମନଲାଲ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତେବେ ଉଭୟଙ୍କ ଦେହରେ କୌଣସି ପ୍ରକାରର କ୍ଷତ ଚିହ୍ନ ନାହିଁ।

publive-image photo--amarujala

ପଡ଼ୋଶୀମାନେ ସେ ଦୁହେଁ ରହୁଥିବା ଘରୁ ପଚା ଗନ୍ଧ ଆସିବା ପରେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଆସି ଉଭୟଙ୍କର ମୃତ ଦେହ ଉଦ୍ଧାର କରିଥିଲା। ପୁଲିସର ସୂଚନା ଅନୁଯାୟୀ ଚମନଲାଲଙ୍କର ମୃତ୍ୟୁ ମଙ୍ଗଳବାର ଦିନ ହୋଇଥିଲା। ରବିବାର ରାଜ କୁମାରୀଙ୍କ ମୃତ୍ୟୁ ଘଟିଥିଲା। ତେବେ କାରଣ ଏଯାଏଁ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe