ଇରାକରୁ ପହଞ୍ଚିଲା ୩୮ଜଣ ଭାରତୀୟ ଶ୍ରମିକଙ୍କ ମୃତଦେହ, ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ପଞ୍ଜାବ ସରକାର ଦେବେ ଚାକିରି

ଇରାକରୁ ପହଞ୍ଚିଲା ୩୮ଜଣ ଭାରତୀୟ ଶ୍ରମିକଙ୍କ ମୃତଦେହ, ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ପଞ୍ଜାବ ସରକାର ଦେବେ ଚାକିରି

ନୂଆଦିଲ୍ଲୀ: ଇରାକର ମୋସୁଲରେ ଅାଇଏସ୍ ଅାତଙ୍କବାଦୀ ହତ୍ୟା କରିଥିବା ୩୮ ଜଣ ଭାରତୀୟ  ଶ୍ରମିକଙ୍କ ମୃତଦେହ ସୋମବାର ଭାରତରେ ପହଞ୍ଚିଛି। ବିଦେଶ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ବିମାନରେ ଏହି ମୃତଦେହଗୁଡ଼ିକୁ ଅଣାଯାଇଛି। ବିମାନବନ୍ଦରରେ ପହଞ୍ଚିବା ପରେ ଶବଗୁଡ଼ିକ ନେବା ପାଇଁ ପଞ୍ଜାବ ସରକାରଙ୍କ ପ୍ରତିନିଧିମାନେ ପହଞ୍ଚି ଥିଲେ। ଇରାକରେ ଜୀବନ ହରାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୨୭ ଜଣ ହେଉଛନ୍ତି ପଞ୍ଜାବର ବାସିନ୍ଦା।

ଭାରତ ଫେରିବା ପରେ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ କହିଛନ୍ତି, ୩୮ଜଣ ଭାରତୀୟ ଶ୍ରମିକଙ୍କ ମୃତଦେହ ମିଳିଥିଲା। ଏହା ପରେ ଏହି ଶବଗୁଡ଼ିକୁ ସ୍ୱତନ୍ତ୍ର ବିମାନରେ ଅଣାଯାଇଛି। ଆଉ ଜଣଙ୍କର ଶବ ଡିଏନ୍‌ଏ ମ୍ୟାଚ୍‌ କରିବା ଏବେ ବି ବାକି ରହିଛି। ୩୮ଜଣ ଭାରତୀୟ ଗୋତି ଶ୍ରମିକଙ୍କ ମୃତଦେହ ଆଣିବା ପାଇଁ ବିକେ ସିଂହ ରବିବାର ମୋସୁଲ ସହରକୁ ଯାଇଥିଲେ।

ଅମୃତସର ବିମାନବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ କ୍ୟାବିନେଟ ମନ୍ତ୍ରୀ ନବଜ୍ୟୋତ ସିଂହ ସିନ୍ଧୁ ମୃତକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଏଥି ସହିତ ସେ କହିଛନ୍ତି ପ୍ରତ୍ୟେକ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ। ସ୍ୱତନ୍ତ୍ର ବିମାନ ଅମୃତସରରୁ କୋଲକାତା ପାଇଁ ବାହାରିଥିଲା। କୋଲକାତାରୁ ବିମାନ ପାଟନା ଯିବ ଓ ସେଠାରେ ରାତି ୮ଟା ୩୦ରେ ପହଞ୍ଚିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe