୭୦ କିମି ପର୍ଯ୍ୟନ୍ତ ଲଟକି ରହିଲା ଶବ

Advertisment

ଡ୍ରାଇଭର ଜାଣି ପାରିଲେନି

ଡ୍ରାଇଭର ଜାଣି ପାରିଲେନି

୭୦ କିମି ପର୍ଯ୍ୟନ୍ତ ଲଟକି ରହିଲା ଶବ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମର ଏକ ବସ୍‌ରେ ଜଣେ ଅଜଣା ବ୍ୟକ୍ତିର ଶବ ଦୀର୍ଘ ୭୦ କିମି ପର୍ଯ୍ୟନ୍ତ ଲଟକି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବସ୍‌ ଡ୍ରାଇଭର ଏ ବାବଦରେ ସୁରାକ୍‌ ପାଇନଥିବା କହୁଥିବା ବେଳେ ଆଜି ତାଙ୍କୁ ପୁଲିସ ଗିରଫ କରିଛି । ରାଜ୍ୟ ପରିବହନ ନିଗମର ଜଣେ ଅଧିକାରୀ କହିଛନ୍ତି ଯେ ୭୦ କିମି ପର୍ଯ୍ୟନ୍ତ ଶବ ଘୋଷାରି ହୋଇ ଚାଲିବା ସତ୍ତ୍ୱେ ଡ୍ରାଇଭର କିଛି ନ ଜାଣି ପାରିବା ଏକ ବିସ୍ମୟ। ଡ୍ରାଇଭରଙ୍କୁ ଜେରାବେଳେ ସେ କହିଛନ୍ତି ଯେ ମହିଶୂର-ଚନ୍ନପଟନା ରାସ୍ତାରେ ଆସୁଥିବା ବେଳେ ଚନ୍ନପଟନା ନିକଟରେ ହଠାତ କିଛି ବାଜିଥିବା ଶବ୍ଦ ସେ ଶୁଣିଥିଲେ।ତେବେ ଡ୍ରାଇଭର କହିଛନ୍ତି ଯେ ତାହା ପଥର ବାଜିବା ଭଳି ତାଙ୍କୁ ଲାଗିଥିଲା ଏବଂ ସେ ସେଠାରୁ ୭୦ କିମି ପର୍ଯ୍ୟନ୍ତ ଗାଡ଼ି ଚଳାଇ ବେଙ୍ଗାଲୁରୁ ବସ୍‌ଷ୍ଟାଣ୍ଡ୍‌କୁ ଆସିଥିଲେ। ଏହାପରେ ଯାଇ ବସ୍‌ ତଳ କ୍ୟାରେଜରେ ଏକ ଶବ ଲାଗିଥିବା ଦେଖିବାକୁ ମିଳିଥିଲା ଏବଂ ତୁରନ୍ତ ଏ ବାବଦରେ ପୁଲିସକୁ ଖବର ଦିଆଯାଇଥିଲା। ମୃତ ବ୍ୟକ୍ତିର ବୟସ ୩୦ରୁ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଭିକ୍ଟୋରିଆ ହସ୍ପିଟାଲରେ ଶବକୁ ରଖାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe