ସୀମାନ୍ତରେ ବରିଷ୍ଠ ସାମ୍ବାଦିକଙ୍କୁ ଅପହରଣ ପରେ ହତ୍ୟା

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ସେ ଗତ ୧ ତାରିଖ ଦିନ ଅଚାନକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କର ବହୁ ଖୋଜ ଖବର ନେଇଥିଲେ ମଧ୍ୟ ପାଇପାରି ନଥିଲେ।

Reporter Mukesh Chandrakar found dead.

Reporter Mukesh Chandrakar found dead. Photograph: (Sambad )

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ସେ ଗତ ୧ ତାରିଖ ଦିନ ଅଚାନକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କର ବହୁ ଖୋଜ ଖବର ନେଇଥିଲେ ମଧ୍ୟ ପାଇପାରି ନଥିଲେ। ଏପରିକି ତାଂକର ଫୋନ ମଧ୍ୟ ବନ୍ଦ ରହିଥିଲା।

ଏହି ଖବର ପଢ଼ନ୍ତୁ: ରାଉରକେଲାର ବାସନ୍ତୀ କଲୋନିରେ ଅଗ୍ନିକାଣ୍ଡ: ଜଳିଗଲା ବାଇକ୍‌

ତେବେ ପରିବାର ଲୋକେ ତୁରନ୍ତ ଏନେଇ ଥାନାରେ ଏତଲା ଦାୟର କରିଥିଲେ। ତାଂକ ଭାଇ ସୁକେଶ କିନ୍ତୁ ଯଦି ତାଂକ ଭାଇ ଅପହରଣ ହୋଇଥିବେ ତାଂକୁ ହୁଏତ ଠିକାଦାରମାନେ ନକ୍ସଲଙ୍କୁ ବ୍ୟବହାର କରି ଅପହରଣ କରାଇଥାଇପାରନ୍ତି ବୋଲି ପୁଲିସ ନିକଟରେ କହିଥିଲେ। ପୁଲିସ ମଧ୍ୟ ଏନେଇ ତଦନ୍ତ ଆରମ୍ଭ କରିଥିଲା।

ଏହି ଖବର ପଢ଼ନ୍ତୁ: ରାଜ୍ୟ ବଜେଟ୍‌ ପାଇଁ ଜନସାଧାରଣ ଦେଇପାରିବେ ମତାମତ: ଅର୍ଥ ବିଭାଗ

ଛତିଶଗଡ଼ର ବିଜାପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମୁକେଶ ଚନ୍ଦ୍ରାକର ନୂଆବର୍ଷ ଠାରୁ ନିଖୋଜ ଥିଲେ। ଆଜି ତାଙ୍କର ମୃତଦେହ ଜଣେ ଠିକାଦାରଙ୍କ ଘରୁ ଜବତ ହୋଇଛି।

ସୂଚନାଯୋଗ୍ୟ ଯେ ବିଜାପୁର ଅଂଚଳରେ କୋଟିକୋଟି ଟଂକାର ରାସ୍ତା କାମ ଚାଲିଛି। ମୁକେଶ ସେହି ରାସ୍ତା କାମଗୁଡିକ ଅତି ନିମ୍ନମାନର ବୋଲି ନିଜର ୟୁଟ୍ୟୁବ ଏବଂ ନିଜର ଚ୍ୟାନଲରେ ଖବର ପ୍ରକାଶ କରିଥିଲେ। ଯଦ୍ବାରା ଠିକାଦାରଙ୍କର ବହୁତ କ୍ଷତି ହୋଇଥିଲା। ତେଣୁ ହୁଏତ ଠିକାଦାରମାନେ ହିଁ ଆକ୍ରୋଶ ରଖି ମୁକେଶକୁ ଅପହରଣ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।

ଏହି ଖବର ପଢ଼ନ୍ତୁ: ରାଜ୍ୟରେ ଶୀତଲହରୀ ଜାରି: ଦୁଇ ଦିନ ପରେ ପାରା ୩ଡିଗ୍ରି କମିବା ସମ୍ଭାବନା

ତେବେ ଆଜି ଜଣେ ସୁରେଶ ଚନ୍ଦ୍ରାକର ନାମକ ଠିକାଦାର ଘରେ ପୁଲିସ ଚଢାଇ କରି ତଦନ୍ତ କରୁଥିବା ବେଳେ ତାଂକ ସେପ୍ଟିକ ଲ୍ୟାଟିନରୁ ମୁକେଶଙ୍କର ଶବ ମିଳିଥିଲା। ପୁଲିସ ଏନେଇ ଅଧିକ ତଦନ୍ତ କରୁଛି। ତେବେ ମୁକେଶଙ୍କ ଶବ ମିଳିବା ପରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି। ଜଣେ ନିର୍ଭିକ ସାହସୀ ସାମ୍ବାଦିକଙ୍କର ଅକାଳରେ ମୃତ୍ୟୁକୁ ନେଇ ସାମ୍ବାଦିକ ମହଲରେ ଅସଂତୋଷ ଦେଖାଦେଇଛି। ସାମ୍ବାଦିକଙ୍କୁ ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe