ଆତଙ୍କବାଦୀରୁ ସହିଦ:ଆତ୍ମସମର୍ପଣ ପରେ ସେନାରେ ଯୋଗଦେଇଥିଲେ

Advertisment
ଆତଙ୍କବାଦୀରୁ ସହିଦ:ଆତ୍ମସମର୍ପଣ ପରେ ସେନାରେ ଯୋଗଦେଇଥିଲେ

ଶ୍ରୀନଗର: ଗତ ରବିବାର ଦିନ ସୋପିଆନ୍‌ରେ ‌ହୋଇଥିବା ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନରେ ସହିଦ ହୋଇ ଯାଇଥିଲେ ଯବାନ ଲାନ୍ସ ନାଏକ ନଜିର ଅହମ୍ମଦ୍‌ ୱାନି। ସେ ଦୁଇଥର ସେନା ମେଡାଲ ପୁରସ୍କାର ପାଇଛନ୍ତି। ତେବେ ୨୦୦୪ ମସିହାରେ ସେନାର ୧୬୨ ବାଟାଲିଅନ୍‌ରେ ଯୋଗଦେଇଥିବା ଏହି ଯବାନ ଜଣଙ୍କ ପ୍ରାରମ୍ଭରେ ଜଣେ ଆତଙ୍କବାଦୀ ଥିଲେ। ହେଲେ ଏହି ରାସ୍ତାରେ ଥିବା ବିପଦକୁ ଭଲଭାବେ ବୁଝିବା ପରେ ଯବାନ ୱାନି ଆତଙ୍କବାଦର ରାସ୍ତା ଛାଡ଼ି ଦେଇ ସେନାବାହିନୀ ନିକଟରେ ଆତ୍ମସମର୍ପଣ କରିଥିଲେ। ପରେ ସେନାବାହିନୀରେ ତାଙ୍କୁ ଦେଶ ସେବା କରିବାର ସୁଯୋଗ ମିଳିଲା। ୩୮ ବର୍ଷୀୟ ୱାନି ଗତ ରବିବାର ଦିନ ସୋପିଆନ୍‌ ଏନ୍‌କାଉଣ୍ଟରରେ ସହିଦ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe