ମଧ୍ୟପ୍ରଦେଶରେ ମୃତ୍ୟୁସଂଖ୍ୟା ବଢ଼ୁଛି

Advertisment
ନବରଙ୍ଗପୁର: କୀଟନାଶକ ଔଷଧ ପିଇ ଜଣେ ମୃତ

Photo: LatestLY

ଭୋପାଳ: ମଧ୍ୟପ୍ରଦେଶରେ କ‌ରୋନା ଯୋଗୁଁ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ମଧ୍ୟପ୍ରଦେଶରେ ପ୍ରଥମେ ମାର୍ଚ୍ଚ ୨୦ରେ ୪ଟି ମାମଲା ସାମ୍ନାକୁ ଆସିଥିଲା। ଏହାପରେ ମାର୍ଚ୍ଚ ୨୨ରେ ପୁଣି ଜଣେ ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ। ୨୩ ତାରିଖରେ ପୁଣି ୩ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିଲେ। ତେବେ ମାର୍ଚ୍ଚ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ୬୬ ଜଣ କରୋନା ଆକ୍ରାନ୍ତ ହୋଇଥିବାବେ‌ଳେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ମଧ୍ୟପ୍ରଦେଶରେ କରୋନା ମୃତ୍ୟୁସଂଖ୍ୟା ଖୁବ୍‌ କମ୍‌ ଦିନ ମଧ୍ୟରେ ଦ୍ରୁତ ଗତିରେ ବଢ଼ିଛି। ଏ ମଧ୍ୟପ୍ରଦେଶର ଇନ୍ଦୋର କରୋନା ଭାଇରସ୍‌ର ହଟ୍‌ସ୍ପଟ୍‌ ପାଲଟିଛି। ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତ ସଂଖ୍ୟା ମଧ୍ୟରୁ ୬୬ ପ୍ରତିଶତ କେବଳ ଇନ୍ଦୋର‌ରେ। ତେବେ ମାର୍ଚ୍ଚ ଶେଷଠାରୁ ଗତକାଲି ସୁଦ୍ଧା ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୧ରେ ପହଞ୍ଚିଛି। ମଧ୍ୟପ୍ରଦେଶର ୫୨ ଜିଲ୍ଲାର ୨୦ଟିରେ ଏହି ସବୁ ମାମଲା ଗୁଡ଼ିକ ଚିହ୍ନଟ ହୋଇଛି। ୬ ଜିଲ୍ଲାରୁ ୩୬ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ଇନ୍ଦୋରରେ ୨୩୫ ଜଣ ଭାଇରସ୍‌ ଆକ୍ରାନ୍ତ ହୋଇଥିବାବେଳେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶ ପ୍ରତି ନିୟୁତ ଜନସଂଖ୍ୟାରେ କେବଳ ୭୦ ଜଣ କୋଭିଡ୍‌ ପରୀକ୍ଷା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe