‘ବେଙ୍ଗାଲୁରୁ ବନ୍ଦ’ରେ ନିୟୋଜିତ ପୁଲିସକର୍ମୀଙ୍କୁ ମଲା ମୂଷା ପଡ଼ିଥିବା ଖାଦ୍ୟ ଦେଇ ବନ୍ଧାହେଲେ ହୋଟେଲ ମାଲିକ

Advertisment
‘ବେଙ୍ଗାଲୁରୁ ବନ୍ଦ’ରେ ନିୟୋଜିତ ପୁଲିସକର୍ମୀଙ୍କୁ ମଲା ମୂଷା ପଡ଼ିଥିବା ଖାଦ୍ୟ ଦେଇ ବନ୍ଧାହେଲେ ହୋଟେଲ ମାଲିକ

ବେଙ୍ଗାଲୁରୁ: ‘ବେଙ୍ଗାଲୁରୁ ବନ୍ଦ’ରେ ନିୟୋଜିତ ପୁଲିସକର୍ମୀଙ୍କୁ ମଲା ମୂଷା ପଡ଼ିଥିବା ଖାଦ୍ୟ ଦେଇ ବନ୍ଧାହେଲେ ହୋଟେଲ ମାଲିକ। ଯଶୱନ୍ତପୁର ଟ୍ରାଫିକ ପୁଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ଜଣେ ପୁଲିସ କର୍ମଚାରୀ ମଙ୍ଗଳବାର ଦିନ ‘ବେଙ୍ଗାଲୁରୁ ବନ୍ଦ’ ଡ୍ୟୁଟି କରୁଥିଲେ। ଏହି ସମୟରେ ତାଙ୍କୁ ଦିଆଯାଇଥିବା ଖାଦ୍ୟ ପ୍ୟାକେଟରେ ଏକ ମଲା ମୂଷା ପଡ଼ିଥିବା ସେ ଦେଖିଥିଲେ। ମଲା ମୂଷାକୁ ଦେଖି ପୁଲିସ୍ କନଷ୍ଟେବଳ ତୁରନ୍ତ ତାଙ୍କ ହ୍ବାଟସଆପ୍ ଗ୍ରୁପରେ ସମସ୍ତ ସହକର୍ମୀମାନଙ୍କୁ ସଚେତନ କରାଇଥିଲେ। ଏହା ପରେ  ଖାଦ୍ୟ ବିତରଣ କରିଥିବା ହୋଟେଲର ମାଲିକଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

କାବେରୀ ଜଳ ବିବାଦକୁ ନେଇ ବିଭିନ୍ନ ସଂଗଠନ ଦେଇଥିବା ‘ବେଙ୍ଗାଲୁରୁ ବନ୍ଦ’ ଡାକରା ଯୋଗୁଁ ସହରରେ ଆଇନ ଶୃଙ୍ଖଳା ତଥା ଟ୍ରାଫିକ୍ ବଜାୟ ରଖିବା ପାଇଁ ହଜାର ହଜାର ପୁଲିସକର୍ମୀ ନିୟୋଜିତ ହୋଇଥିଲେ। ଯଶୱନ୍ତପୁର ପୁଲିସ ଷ୍ଟେସନ ଅଞ୍ଚଳରେ ନିୟୋଜିତ ପୁଲିସ କର୍ମଚାରୀଙ୍କୁ ମଙ୍ଗଳବାର ସକାଳେ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା ଯେଉଁଥିରେ ମଲା ମୂଷା ପଡ଼ିଥିବା ‌ସେ ଦେଖିଥିଲେ।

ପୁଲିସର ସୂଚନାନୁସାରେ, ସ୍ଥାନୀୟ ହୋଟେଲ ଦ୍ୱାରା ୧୮୦ଟି ଖାଦ୍ୟ ପ୍ୟାକେଟ୍ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କୁ ବଣ୍ଟନ କରାଯାଇଥିଲା। ହେ‌ଲେ ମଲା ମୂଷା ବାହାରିବା ପରେ ସମସ୍ତ ପୁଲିସ କର୍ମଚାରୀଙ୍କୁ ସତର୍କ କରାଯିବାରୁ କେହି ବି ଦିଆଯାଇଥିବା ଖାଦ୍ୟ ଖାଇନଥିଲେ। ଏଭଳି ବଡ଼ ଭୁଲ କରିଥିବାରୁ ହୋଟେଲ ବିରୋଧରେ ଅପରାଧିକ ମାମଲା ଦାୟର କରାଯାଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe