ଡାକ୍ତରଖାନାରେ ମୃତ ଘୋଷିତ ମହିଳା କିଛି ସମୟ ପରେ ଜିଇଁ ଉଠିଲେ!

ଡାକ୍ତରଖାନାରେ ମୃତ ଘୋଷିତ ମହିଳା କିଛି ସମୟ ପରେ ଜିଇଁ ଉଠିଲେ!

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ମହିଳାଙ୍କୁ ସଡ଼କ ଦୁର୍ଘଟଣାରେ ମୃତ ଘୋଷଣା କରାଯିବା ପରେ ପରବର୍ତ୍ତୀ ମୂହୁର୍ତ୍ତରେ ମର୍ଗ ( ଶବ ସଂରକ୍ଷଣ ଭଣ୍ଡାର) ଭିତରେ ଜୀବିତ ଅବସ୍ଥାରେ ମିଳିବା ଘଟଣା ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୌତେଙ୍ଗ ପ୍ରାନ୍ତର ବାସିନ୍ଦା ଏହି ମହିଳାଙ୍କୁ ମୃତ ବୋଲି ଘୋଷଣା କରାଯିବା ପରେ ତାଙ୍କୁ କାର୍ଲଟେନ୍‌ଭିଲେ ମର୍ଗକୁ ନିଆଯାଇଥିଲା। ଶେଷ ମୁହୂର୍ତ୍ତରେ ଯେତେବେଳେ କର୍ମଚାରୀମାନେ ମୃତ ଦେହକୁ ଦେଖିବାକୁ ଯାଇଥିଲେ ସେମାନେ ଦେଖିଲେ ଯେ ମହିଳା ଜଣକ ନିଶ୍ୱାସ ନେଉଛନ୍ତି। ତା’ପରେ ମହିଳା ଜଣଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇ ଚିିକିତ୍ସା କରିବାରୁ ସେ ଜୀବିତ ଥିବା ଜଣାପଡ଼ିଛି।

ଯେଉଁ ଆମ୍ବୁଲାନ୍ସ କମ୍ପାନି ତାଙ୍କୁ ମୃତ ଘୋଷଣା କରିଥିଲେ ତାଙ୍କ ଉପରେ ଏବେ ଦାୟିତ୍ୱହୀନତାର ଅଭିଯୋଗ ଲାଗିଛି। ମାତ୍ର ଦାୟିତ୍ୱହୀନତାର କୌଣସି ପ୍ରମାଣ ନଥିବା ଦର୍ଶାଇ କମ୍ପାନି ପକ୍ଷରୁ ଅଭିଯୋଗକୁ ଏଡ଼େଇ ଦିଆଯାଇଛି। କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ ଏହା ଏଥିପାଇଁ ଘଟିନାହିଁ ଯେ ଆମର ସହଯୋଗୀମାନେ ଉତ୍ତମ ତାଲିମ୍‌ପ୍ରାପ୍ତ ନୁହଁନ୍ତି। କର୍ମଚାରୀମାନେ ଜୀବନ ପରୀକ୍ଷା କରିବା ସମୟରେ ପ୍ରୋଟୋକଲ୍‌ ଚେକ୍‌ କରିଥାନ୍ତି।

ଉଲ୍ଲେଖଯୋଗ୍ୟ, ମହିଳା ଜଣକ ଜୁନ୍‌ ୨୦ ତାରିଖରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣାଗ୍ରସ୍ତ ହୋଇଥିବା କାର୍‌ ମଧ୍ୟରେ ଥିବା କେତେ ଜଣ ଯାତ୍ରୀଙ୍କ ମଧ୍ୟରୁ ମହିଳା ଅନ୍ୟତମ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe