ତରୁଣୀଙ୍କ ଅର୍ଦ୍ଧନଗ୍ନ ଶବ ସହର ପରିକ୍ରମା କରାଇଲେ ହମାସ୍‌ ଆତଙ୍କବାଦୀ; ଶବ ଫେରାଇ ଦେବାକୁ ମାଆଙ୍କ ଆକୁଳ ନିବେଦନ

Advertisment
ତରୁଣୀଙ୍କ ଅର୍ଦ୍ଧନଗ୍ନ ଶବ ସହର ପରିକ୍ରମା କରାଇଲେ ହମାସ୍‌ ଆତଙ୍କବାଦୀ; ଶବ ଫେରାଇ ଦେବାକୁ ମାଆଙ୍କ ଆକୁଳ ନିବେଦନ

Image Courtesy of India Today

ନୂଆଦିଲ୍ଲୀ: ଶନିବାର ଦିନ ହମାସ୍‌ ଆତଙ୍କବାଦୀମାନେ ଜଣେ ତରୁଣୀଙ୍କ ଅର୍ଦ୍ଧନଗ୍ନ ଶବ ଖୋଲା ଟ୍ରକ୍‌ରେ ରଖି ସହର ପରିକ୍ରମା କରାଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସେ ଶବକୁ ପାଇବା ପାଇଁ ଜଣେ ମହିଳା ଆକୁଳ ନିବେଦନ କରିଛନ୍ତି।

ମହିଳାଜଣକ ମୃତା ତରୁଣୀଙ୍କର ମାଆ ବୋଲି ସେ ମହିଳା ଜାରି କରିଥିବା ଭିଡିଓ ବାର୍ତ୍ତାରୁ ଜଣାପଡ଼ିଛି। ଭିଡିଓ ବାର୍ତ୍ତାରେ ସେ ଆତଙ୍କବାଦୀ ସଙ୍ଗଠନ ହମାସ୍‌କୁ ନିବେଦନ କରି କହିଛନ୍ତି, ଅନ୍ତତଃ ଝିଅର ଶବ ମତେ ଫେରାଇ ଦିଅନ୍ତୁ।

publive-image Image Grabbed From Video

ସଂଗୃହୀତ ସୂଚନା ଅନୁସାରେ, ମୃତା ତରୁଣୀ ହେଉଛନ୍ତି ସାନି ଲଉକ୍‌। ସେ ଜର୍ମାନ ନାଗରିକ ଏବଂ ଇସ୍ରାଏଲ୍‌ରେ ସଙ୍ଗୀତ ମହୋତ୍ସବ ଦେଖିବାକୁ ଆସିଥିଲେ।

ଶନିବାର ଦିନ ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖାଯାଉଛି, ଅନ୍ୟୂନ ଦୁଇଜଣ ହମାସ୍‌ ଆତଙ୍କବାଦୀ ସେ ଅର୍ଦ୍ଧନଗ୍ନା ତରୁଣୀଙ୍କ ଶବ ଧରି ଟ୍ରକ୍‌ରେ ବସିଛନ୍ତି। ଜଣେ ମୃତା ମହିଳାଙ୍କ ଦେହ ଧରିଥିବା ବେଳେ ଆଉ ଜଣେ ତା’ର ପାଦ ଯୋଡ଼ିକ ଧରିଛନ୍ତି। ମହିଳାଙ୍କ ହାତ ବନ୍ଧା ଯାଇଛି। ମୁହଁ ତଳକୁ କରି ରଖାଯାଇଛି। ଆଉ କେତେ ଜଣ ଆତଙ୍କବାଦୀ ସେ ତରୁଣୀଙ୍କ ଶବ ସହିତ କଦର୍ଯ୍ୟ ଆଚରଣ କରୁଛନ୍ତି। ଛେପ ପକାଇବା ସହିତ ଚାପୁଡ଼ା ମାରୁଛନ୍ତି।

publive-image Image Courtesy of The Free Press Journal

କେବଳ ଏହି ଗୋଟିଏ ନୁହେଁ। ଶନିବାର ଦିନ ପାଲେଷ୍ଟେନୀୟମାନେ ଦକ୍ଷିଣ ଇସ୍ରାଏଲ୍‌ରେ ଅନୁପ୍ରବେଶ କରିବା ପରେ ଏଭଳି ଆହୁରି କେତେକ ଭୟାବହ କାଣ୍ଡ କରିଥିବା ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ହାବୁଡ଼ରେ ଯେଉଁ ଇସ୍ରାଏଲୀୟ ନାଗରିକ ପଡୁଛନ୍ତି, ସେମାନେ ତାଙ୍କୁ ହତ୍ୟା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe