ସମୟ ସୀମା ଶେଷ; ପ୍ରମାଣପତ୍ର ଦାଖଲ କରିପାରିଲେନି ଆଇଏଏସ ପୂଜା ଖେଡକର

ସମୟ ସୀମା ଶେଷ; ପ୍ରମାଣପତ୍ର ଦାଖଲ କରିପାରିଲେନି ଆଇଏଏସ ପୂଜା ଖେଡକର

www.indiatoday.in

ନୂଆଦିଲ୍ଳୀ: ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ବିବାଦୀୟ ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକର ନକଲି ଅକ୍ଷମତା ତଥା ଓବିସି ପ୍ରମାଣପତ୍ର ଜମା କରି ଚାକିରି ପାଇଥିବା ଅଭିଯୋଗ ହୋଇଥିଲା। ତେବେ ସେ ପ୍ରମାଣପତ୍ର ଜମା କରିବାରେ ଅସମର୍ଥ ହୋଇଛନ୍ତି।

ମଙ୍ଗଳବାର ଦିନ ଧାର୍ଯ୍ୟ ସମୟସୀମା ସୁଦ୍ଧା ମୁସୁରୀରେ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ୍ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନକୁ ରିପୋର୍ଟ କରିବାରେ ବିଫଳ ହୋଇଛନ୍ତି ପୂଜା ଖେଡକର।

ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ  ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ତାଙ୍କ ପ୍ରଶିକ୍ଷଣ ବାତିଲ କରିଥିଲେ ଏବଂ ଲାଲ ବାହାଦୂର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ପ୍ରତିଷ୍ଠାନ ତାଙ୍କୁ ଜୁଲାଇ ୨୩ରେ ମସୁରୀରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା ।

ୟୁପିଏସଏସି ବିଜ୍ଞପ୍ତିରେ କୁହାଯାଇଛି ଯେ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଟ୍ରେନି ଆଇଏଏସ ପୂଜା ମନୋରମା ଦିଲୀପ ଖେଡକରଙ୍କ ଜାଲିଆତିର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲା । ଏହି ଅନୁସନ୍ଧାନରେ ଜାଣିବାକୁ ମିଳିଥିଲା ଯେ ଆଇଏଏସ୍ ନିଜ ନାମ, ବାପାଙ୍କ ନାମ ଓ ମା’ଙ୍କ ନାମ, ଫଟୋ/ଦସ୍ତଖତ, ମେଲ୍ ଆଇଡି, ମୋବାଇଲ  ନମ୍ବର ଓ ଠିକଣା ବଦଳାଇ ପରୀକ୍ଷା ନିୟମ ଅନୁଯାୟୀ ସଂରକ୍ଷଣର ଫାଇଦା ଉଠାଇଥିଲେ। ଏହି କାରଣରୁ ୟୁପିଏସସି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି, ଯେଉଁଥିରେ ପୁଲିସ ପ୍ରାର୍ଥୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହା ସହ ସିଭିଲ ସର୍ଭିସ ପରୀକ୍ଷାରେ ତାଙ୍କର ପ୍ରାର୍ଥିପତ୍ର ରଦ୍ଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe