ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ପ୍ୟାନକାର୍ଡ ସହ ଆଧାର ସଂଯୋଗ କରିବାର ଅବଧି

Advertisment
ଜୁନ ୩୦ ପର୍ଯ୍ୟନ୍ତ ବଢ଼ିଲା ପ୍ୟାନକାର୍ଡ ସହ ଆଧାର ସଂଯୋଗ କରିବାର ଅବଧି

The Financial Express

ନୂଆଦିଲ୍ଲୀ: ଆୟକର ବିଭାଗ ବା ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ପ୍ୟାନ କାର୍ଡ ସହ ଆଧାର ସଂଯୋଗ କରିବାର ଅନ୍ତିମ ସମୟ ଜୁନ ୩୦, ୨୦୨୧ ତାରିଖ ଯାଏଁ ବଢ଼ାଇଦେଇଛି।  କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଆୟକର ବିଭାଗ। ଆୟକର ବିଭାଗର ଏହି ନିର୍ଦ୍ଦେଶନାମା ପରେ ସବୁ ପ୍ୟାନ କାର୍ଡଧାରୀଙ୍କ ପାଇଁ ଆଧାର ସହ ପ୍ୟାନ କାର୍ଡ ସଂଯୋଗ କରିବା ଜରୁରୀ ହୋଇପଡିଛି।  ଅନଲାଇନ ବା ଏସଏମଏସ ମାଧ୍ୟମରେ ଜଣେ ଚାହିଁଲେ ଆଧାର-ପ୍ୟାନ୍ ଲିଙ୍କ କରିପାରିବ।

publive-image indiatoday

ପୂର୍ବରୁ ଅନେକ ଥର ପ୍ୟାନ ଓ ଆଧାର ଲିଙ୍କ କରିବା ପାଇଁ ସମୟ ବଢ଼ାଯାଇ ସାରିଛି। ‌ତେବେ ଆଜିର ନିର୍ଦ୍ଦେଶନାମା ଅନୁସାରେ ୨୦୨୧ ଜୁନ୍ ୩୦ ମଧ୍ୟରେ  ଯଦି ଆପଣ ପ୍ୟାନ୍-ଆଧାର  ଲିଙ୍କ ନ କରନ୍ତି ତେବେ ଆପଣଙ୍କ ପ୍ୟାନ କାର୍ଡ ଅକାମୀ ହୋଇଯାଇପାରେ। ଯଦି ପ୍ୟାନ ଅବୈଧ କିମ୍ବା ଅକାମୀ ହୋଇଯାଏ, ତେବେ ଆପଣ କୌଣସି ବଡ଼ ଆର୍ଥିକ କାରବାର କରିବାକୁ ସମର୍ଥ ହେବେ ନାହିଁ। ଉଦାହରଣ ସ୍ୱରୂପ, ୫୦,୦୦୦ରୁ ଅଧିକ  ଆର୍ଥିକ କାରବାର ପାଇଁ ପ୍ୟାନ ଆବଶ୍ୟକ।  ଏଥିସହ ଆପଣ ଆୟକର ରିଟର୍ଣ୍ଣ (ଆଇଟିଆର) କିମ୍ବା ଏକ ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ମଧ୍ୟ ସମର୍ଥ ହେବେ ନାହିଁ। ଏହା ସହିତ, ଆପଣଙ୍କୁ ଅଧିକ ଟିଡିଏସ ଦେବାକୁ ପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe