ନୂଆଦିଲ୍ଲୀ: ଏବେର ସମୟ ଇଣ୍ଟରନେଟ ସମୟ। ଏଥିସହିତ ଦିନକୁ ଦିନ ଉନ୍ନତ ଧରଣର ସ୍ମାର୍ଟଫୋନ ଓ କ୍ୟାମେରା ବି ବଜାରକୁ ଆସିବାରେ ଲାଗୁଛି। ଏଥିସହିତ କାରଗୁଡ଼ିକରେ ବି କ୍ୟାମେରା ଖଞ୍ଜା ଯାଉଛି। ଏତଦ ଦ୍ବାରା ସଡ଼କରେ ଘଟୁଥିବା ଦୁର୍ଘଟଣା ଏଥିରେ ରେକର୍ଡ ହୋଇଯାଉଛି। କେହିକେହି ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରି ଦେଉଛନ୍ତି।
ତେଣୁ ସୋସିଆଲ ମିଡିଆରେ ଅନେକ ଭୟାବହ ସଡ଼କ ଦୁର୍ଘଟଣାର ଭିଡିଓ ଦେଖିବାକୁ ମିଳୁଛି। ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ରାସ୍ତାରେ ଗାଡ଼ିମଟର ଯିବା ଆସିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଡାହାଣ ପାର୍ଶ୍ବରେ ଯାଉଥିବା ଏକ ଧଳା ରଙ୍ଗର ଗାଡ଼ିରୁ ଚକା ବାହାରି ଆସି ଅନ୍ୟ ଗାଡ଼ିରେ ମାଡ଼ ହେଉଛି।
ଚକା ମାଡ଼ ହେବା କ୍ଷଣି କଳାରଙ୍ଗର ଗାଡ଼ି ପବନରେ ଉଡ଼ି ପୁଣି ରାସ୍ତାକୁ ଛିଟିକି ପଡ଼ୁଛି। ଏତିକିରେ ଭିଡିଓଟି ବନ୍ଦ ହୋଇଯାଉଛି। ଆଗକୁ ଉକ୍ତ ଦୁର୍ଘଟଣାଗସ୍ତ କାର ଚାଳକଙ୍କ ଅବସ୍ଥା କ’ଣ ହେଲା ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଜଣାପଡ଼ି ନଥିଲା।
Follow Us