ଦିଲ୍ଲୀରେ ସାଂଘାତିକ ପ୍ରଦୂଷଣ: ଲାଗୁ ହେଲା ନୂଆ କଟକଣା

Advertisment

ନଏଡ଼ା ଏକ୍ୟୁଆଇ ୫୨୯, ଗୁରୁଗ୍ରାମରେ ୪୭୮

ନଏଡ଼ା ଏକ୍ୟୁଆଇ ୫୨୯, ଗୁରୁଗ୍ରାମରେ ୪୭୮

ଦିଲ୍ଲୀରେ ସାଂଘାତିକ ପ୍ରଦୂଷଣ: ଲାଗୁ ହେଲା ନୂଆ କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁର ମାନ ଲଗାତାର ୩ ଦିନ ପାଇଁ ଅତି ସାଂଘାତିକ ସ୍ଥିତିରେ ରହିଛି। ଶନିବାର ସକାଳେ ଦିଲ୍ଲୀ ଏକ୍ୟୁଆଇରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏହା ‘ଅତି ସାଂଘାତିକ’ ଶ୍ରେଣୀରେ ହିଁ ରହିଛି। ଦିଲ୍ଲୀ ଏକ୍ୟୁଆଇ ଆଜି ସକାଳେ ୪୩୧ ଥିଲା। ଅନ୍ୟପକ୍ଷେ ଶୁକ୍ରବାର ଦିନ ଦିଲ୍ଲୀ ଏକ୍ୟୁଆଇ ୪୭୨ ଥିଲା। ସେହିପରି ନଏଡ଼ା ଏବଂ ଗୁରୁଗ୍ରାମରେ ଏକ୍ୟୁଆଇ ଯଥାକ୍ରମେ ୫୨୯ ଏବଂ ୪୭୮ ରହିଛି। ଉଭୟ ସ୍ଥାନରେ ବାୟୁର ମାନ ଅତି ଉଦ୍‌ବେଗଜନକ ରହିଛି। ଅନ୍ୟପକ୍ଷେ ପଶ୍ଚିମ ଦିଲ୍ଲୀର ଧୀରପୁରରେ ଏକ୍ୟୁଆଇ ୫୩୪ ରହିଛି। ଦିଲ୍ଲୀ ଏବଂ ଏନ୍‌ସିଆର ଲୋକମାନେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଆଖି ଜଳିବା ଭଳି ସମସ୍ୟା ସାମ୍ନା କରୁଛନ୍ତି।

ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଦିଲ୍ଲୀ ସରକାର ଅନେକ କଟକଣା ଘୋଷଣା କରିଛନ୍ତି। ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶନିବାରଠାରୁ ଦିଲ୍ଲୀରେ ସ୍କୁଲ୍‌ ବନ୍ଦ ରହିଛି। ଦିଲ୍ଲୀରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କ୍ଷମତାରେ କାମ କରିବା ଆରମ୍ଭ କରିଛି। ଅନ୍ୟପକ୍ଷେ ଘରୋଇ ଅଫିସଗୁଡ଼ିକୁ ମଧ୍ୟ ଏହି ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରାଯାଇଛି। ନଏଡ଼ା ଏବଂ ଗ୍ରେଟର ନଏଡ଼ାରେ ସମସ୍ତ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଅନଲାଇନ କ୍ଲାସ୍‌ ହେଉଛି। ପିଲାମାନେ ବାହାରେ ଖେଳିବା ଉପରେ କଟକଣା ଜାରି ହୋଇଛି। ଦିଲ୍ଲୀକୁ ଡିଜେଲ୍‌ ଟ୍ରକ୍‌ ପ୍ରବେଶ ନିଷିଦ୍ଧ କରାଯାଇଛି। ଅନ୍ୟପକ୍ଷେ ସମସ୍ତ ସିଏନ୍‌ଜି ଏବଂ ଇଲେକ୍ଟ୍ରିକ୍‌ ଟ୍ରକ୍‌କୁ ଅନୁମତି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe