ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: ଗଲାଣି ୫ ଜୀବନ

ବୁଧବାର ଦିନ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି। ତେବେ ଏହି ବାଦଲଫଟା ବର୍ଷାରେ ୫ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି। ତେବେ ଆହୁରି ନଅ ଜଣ ସେନା କର୍ମଚାରୀ ନିଖୋଜ ଅଛନ୍ତି ମଧ୍ୟ।

New Project (9)

ନୂଆଦିଲ୍ଲୀ:  ବୁଧବାର ଦିନ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି। ତେବେ ଏହି ବାଦଲଫଟା ବର୍ଷାରେ ୫ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି। ତେବେ ଆହୁରି ନଅ ଜଣ ସେନା କର୍ମଚାରୀ ନିଖୋଜ ଅଛନ୍ତି ମଧ୍ୟ। ଧରାଲି ଗାଁରେ ଗତକାଲି ଅପରାହ୍ନରେ ହଠାତ୍ ମାଟି ଧସିବା ଏବଂ ବନ୍ୟା ଆସିବା ପରେ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିସ୍ଥିତି ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ କଥା ହୋଇଥିଲେ ଏବଂ କେନ୍ଦ୍ରର ସହାୟତା ପାଇଁ ତାଙ୍କୁ ଆଶ୍ୱାସନା ଦେଇଥିଲେ। ଆଜି ସକାଳେ ଧାମି ହେଲିକପ୍ଟରରୁ ବନ୍ୟା ଅଞ୍ଚଳ ସର୍ଭେ କରିଥିଲେ।

ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକମାନଙ୍କୁ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । କେବଳ ସେନା ଯବାନ ନୁହନ୍ତି ନିଖୋଜ ଗ୍ରାମବାସୀଙ୍କ ତଲାସୀ ପାଇଁ ବଡ଼ ଅଭିଯାନ ଚାଲିଛି ବୋଲି ସେ କହିଛନ୍ତି । ଉଦ୍ଧାର କାର୍ଯ୍ୟରେ ହେଲିକପ୍ଟରର ବ୍ୟବହାର କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe