ରାସନ ଦୋକାନରେ ମଦ ବିକ୍ରି ପାଇଁ ଅନୁମତି ମାଗିଲା ଡିଲର ସଂଘ

ପଦାକୁ ଆସିଲା ଅବକାରୀ କର୍ମଚାରୀଙ୍କ କଲ୍‌ ରେକର୍ଡିଂ: ‘ଚାନ୍ଦା ଦିଅ, ଚୋରା ମଦ କାରବାର କର’

picz.ge

ନୂଆଦିଲ୍ଲୀ : ରାସନ ଦୋକାନରେ ମଦ ବିକ୍ରି କରିବାକୁ କେନ୍ଦ୍ରକୁ ଚିଠି ଲେଖି ଅନୁମତି ମାଗିଛି ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡିଲର ସଂଘ। ଏହି ଚିଠି ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟର ପ୍ରମୁଖ ସଚିବ ସୁଧାଂଶୁ ପାଣ୍ଡେଙ୍କୁ ୨୦ ସେପ୍ଟମ୍ବରରେ ପଠାଯାଇଥିଲା। ସେମାନଙ୍କ ଦାବି ଉପରେ ଯୁକ୍ତିସଂଗତ ବିଚାର କରିବା ଲାଗି ସଂଗଠନର ମହାସଚିବ ବିଶ୍ବମ୍ଭର ବସୁ ଚିଠିର ଏକକିତା ନକଲ କେନ୍ଦ୍ର ଖାଦ୍ୟମନ୍ତ୍ରୀ ପୀୟୂଷ ଗୋୟଲ, କେନ୍ଦ୍ର ଅର୍ଥ ସଚିବ, କେନ୍ଦ୍ର ରାଜସ୍ବ ସଚିବ ଓ କେନ୍ଦ୍ର ଖାଉଟି ସଂରକ୍ଷଣ ଓ ଖାଦ୍ୟ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି। ସବୁ ରାଜ୍ୟର ଖାଦ୍ୟ କମିସନର ଓ ଖାଦ୍ୟ ସଚିବଙ୍କ ପାଖକୁ ମଧ୍ୟ ଚିଠି ପଠାଯାଇଛି।

ରାସନ ଡିଲରମାନଙ୍କ ଦାବି ହେଉଛି, ଦେଶର ରାସନ ଦୋକାନଗୁଡ଼ିକୁ ବଞ୍ଚାଇବାକୁ ହେଲେ କେନ୍ଦ୍ର ସରକାର ଜରୁରି ପଦକ୍ଷେପ ନେବା ଆବଶ୍ୟକ। ରାଜ୍ୟ ସରକାରମାନଙ୍କୁ ବି ଏ ଦିଗରେ ଆଗକୁ ବଢ଼ିବାକୁ ହେବ। ସେମାନଙ୍କ ଦାବି ହେଉଛି ଦେଶରେ ରାସନ ଦୋକାନଗୁଡ଼ିକ ଯେଉଁଭଳି ଭାବରେ ଚାଲିଛି ସେଥିରେ ଡିଲରମାନଙ୍କୁ କିଛି ଲାଭ ମିଳୁନାହିଁ। ତେଣୁ ମଦ ବିକ୍ରି ପାଇଁ ଅନୁମତି ଦେଲେ ସେମାନଙ୍କର କିଛି ଲାଭ ହେବ ଓ ସେମାନେ ଦୋକାନଗୁଡ଼ିକୁ ଚଳାଇ ରଖିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe