ପ୍ରଣମ୍ୟ ପୁଲିସ୍‌କର୍ମୀ: ବର୍ଷକର ଛୁଆ ସହ କର୍ତ୍ତବ୍ୟରତା

Advertisment
ପ୍ରଣମ୍ୟ ପୁଲିସ୍‌କର୍ମୀ: ବର୍ଷକର ଛୁଆ ସହ କର୍ତ୍ତବ୍ୟରତା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ସାନସହର ମୈନପୁରୀରେ କର୍ତ୍ତବ୍ୟରତା ଜଣେ ପୁଲିସ୍‌ କନଷ୍ଟେବଲ ଚିତ୍ରଲେଖା, ନିଜର ବର୍ଷକର ପୁଅ ସହ କର୍ତ୍ତବ୍ୟସ୍ଥଳରେ କର୍ତ୍ତବ୍ୟ କରିଚାଲିଛନ୍ତି। ୨୫ ବର୍ଷୀୟା ଚିତ୍ରଲେଖା କହିଛନ୍ତି, ''ମୋର ଡ୍ୟୁଟି ପ୍ରତିଦିନ ୧୨ ଘଣ୍ଟା। ମୋର କାମ ଲୋକଙ୍କ ମଧ୍ୟରେ ପ୍ରାଣଘାତକ କରୋନାଭୂତାଣୁ ବିଷୟରେ ଲୋକଙ୍କୁ ସଚେତନ କରିବା। ଲକ୍‌ଡାଉନ୍‌ ନିୟମ ପାଳନରେ ମୈନପୁରୀ ଲୋକେ ଆମକୁ ସହଯୋଗ କରୁଛନ୍ତି।'' ସେ କହନ୍ତି, ''ଭ୍ରମଣ କଲା ବେଳେ ସେ ପୁଅର ହାତ ଧୋଇ ଦିଅନ୍ତି।'' ଛୁଆକୁ ସାଙ୍ଗରେ ନେଇ ବୁଲିବା କୌଣସି ମାଆ ପାଇଁ ଏକ ସହଜ କଥା ନୁହେଁ। କିନ୍ତୁ ତାଙ୍କ ପୁଆ ୬ ମାସର ହେବା ବେଳୁ ସାଙ୍ଗରେ ଧରି ବୁଲିବା ଦେହସହା ହୋଇଯାଇଛି ବୋଲି କହନ୍ତି କନଷ୍ଟେବଲ ଚିତ୍ରଲେଖା। ଛୁଆକୁ ପାଖେପାଖେ ରଖୁଥିବା ବେଳେ ସହକର୍ମୀ, ବରିଷ୍ଠ ଅଧିକାରୀ ଓ ସାଧାରଣ ଲୋକେ ମଧ୍ୟ ସମର୍ଥନ ଦେଉଥିବାରୁ ସେ ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe