ମୃତ୍ୟୁ ପ୍ରମାଣପତ୍ରରେ ମୃତ ମହିଳାଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ବିବାଦରେ ଗାଁ ମୁଖିଆ

Advertisment
ମୃତ୍ୟୁ ପ୍ରମାଣପତ୍ରରେ ମୃତ ମହିଳାଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ବିବାଦରେ ଗାଁ ମୁଖିଆ

ndiatimes.com

ଭୋପାଳ: ଉତ୍ତରପ୍ରଦେଶର ଜଣେ ଗ‌ାଁ ମୁଖିଆ କରିଥିବା ଭୁଲକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କ ପୁଅ ମୃତ୍ୟୁ ପ୍ରମାଣପତ୍ର ଆଣିବା ପାଇଁ ଗାଁର ମୁଖିଆଙ୍କ ପାଖରେ ପହଞ୍ଚିଥି‌ଲେ। ଗାଁର ମୁଖିଆ ତାଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଲେଖିବା ସହ ଶେଷରେ ତାଙ୍କର (ମୃତକଙ୍କ) ଉଜ୍ବଳ ଭବିଷ୍ୟତର କାମନା କରୁଛି ବୋଲି ଲେଖିଥିଲେ। ଯାହାକୁ ଦେଖି ମୃତ ମହିଳାଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ନିଜ ଭୁଲ ଜାଣି ପାରି ଗାଁ ମୁଖିଆ ନିଜ ଭୁଲକୁ ସୁଧାରିଥିଲେ ମଧ୍ୟ ଖବରଟି ଲୋକଲୋଚନକୁ ଆସି ଯାଇଥିଲା।

publive-image indiatimes.com

ସୂଚନା ମୁତାବକ, ଘଟଣାଟି ଘଟିଥିଲା ଅଶୋହା ବ୍ଲକର ସିରୱରିୟା ଗାଁରେ। ଏହି ଗାଁରେ ରହୁଥିବା ଲକ୍ଷ୍ମୀ ଶଙ୍କରଙ୍କର ମୃତ୍ୟୁ ହେବା ପରେ ତାଙ୍କ ପୁଅ ଗାଁର ମୁଖିଆ ବାବୁଲାଲଙ୍କ ପାଖରେ ପହଞ୍ଚି ଲକ୍ଷ୍କୀଙ୍କ ମୃତ୍ୟୁ ପ୍ରମାଣପତ୍ର ଦେବା ପାଇଁ ଅନୁରୋଧ କରିଥିଲେ। ଟଙ୍କା ନେଣ-ଦେଣ କରିବା ପାଇଁ ଲକ୍ଷ୍ମୀଙ୍କ ପୁଅକୁ ମୃତ୍ୟୁ ପ୍ରମାଣପତ୍ର ଦରକାର ଥିବା ବେଳେ ବ‌ାବୁଲାଲ ତୁରନ୍ତ ମୃତ୍ୟୁ ପ୍ରମାଣପତ୍ର ଦେଇଥିଲେ। ହେଲେ ଶେଷରେ ସେ ଭୁଲବଶତଃ ମୃତକଙ୍କ ଉଜ୍ବଳ ଭବିଷ୍ୟତର କାମନା କରୁଛି ବୋଲି ମଧ୍ୟ ଲେଖି ଦେଇଥିଲେ। ଯାହା ପରେ ସେ ଦେଇଥିବା ମୃତ୍ୟୁ ପ୍ରମାଣପତ୍ରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। ନିଜର ଭୁଲ ବିଷୟରେ ଜାଣିବା ପରେ ବାବୁଲାଲ ତୁରନ୍ତ ନିଜର ଭୁଲକୁ ସୁଧାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe