ଜମ୍ମୁରେ ବିଜେପିର ସ୍ବର ଦେବେନ୍ଦ୍ର ରାଣାଙ୍କ ପରଲୋକ

Advertisment

ଜମ୍ମୁ କଶ୍ମୀର ବିଜେପି ବିଧାୟକ  ଦେବେନ୍ଦ୍ର ସିଂହ ରାଣାଙ୍କର ପରଲୋକ ଘଟିଛି।  ଦୀର୍ଘଦିନର ଅସୁସ୍ଥତା ପରେ ଗୁରୁବାର ଫରିଦାବାଦରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା।

ଜମ୍ମୁ କଶ୍ମୀର ବିଜେପି ବିଧାୟକ  ଦେବେନ୍ଦ୍ର ସିଂହ ରାଣାଙ୍କର ପରଲୋକ ଘଟିଛି।  ଦୀର୍ଘଦିନର ଅସୁସ୍ଥତା ପରେ ଗୁରୁବାର ଫରିଦାବାଦରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା।

sfssfsf

ଜମ୍ମୁ:  ଜମ୍ମୁ କଶ୍ମୀର ବିଜେପି ବିଧାୟକ  ଦେବେନ୍ଦ୍ର ସିଂହ ରାଣାଙ୍କର ପରଲୋକ ଘଟିଛି।  ଦୀର୍ଘଦିନର ଅସୁସ୍ଥତା ପରେ ଗୁରୁବାର ଫରିଦାବାଦରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ନିକଟରେ ସେ ଜମ୍ମୁ ଅଞ୍ଚଳର ନାଗ୍ରୋଟା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ଅଞ୍ଚଳର ପ୍ରଭାବଶାଳୀ ଡୋଗ୍ରା ସମ୍ପ୍ରଦା‌ୟର ଏକ ବଳିଷ୍ଠ ସ୍ବର ଭାବେ ତାଙ୍କୁ ବିବେଚନା କରାଯାଏ। ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲାଙ୍କ ପ୍ରଥମ କାର୍ଯ୍ୟକାଳ ସମୟ‌ରେ ଦେବେନ୍ଦ୍ର ସିଂହ ରାଣା ତାଙ୍କର ଜଣେ ବିଶ୍ବସ୍ତ ସହଯୋଗୀ ଥିଲେ।  ରାଣା ୨୦୨୧ ଅକ୍ଟୋବରରେ ଏନ୍‌ସି (ନ୍ୟାସନାଲ କନ୍‌ଫ‌ରେନ୍ସ) ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗଦେବା‌ ପୂର୍ବରୁ ସେ ଏନ୍‌ସି ଦଳରେ ୨ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ଥିଲେ। ଦେବେନ୍ଦ୍ର ହେଉଛନ୍ତି  କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରାଣାଙ୍କ ସାନ ଭାଇ ।

ଦେବେନ୍ଦ୍ର ସିଂହ ରାଣାଙ୍କ ମୃତ୍ୟୁରେ  ଶୋକ ପ୍ରକାଶ କରି ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, ‘ଦେବେନ୍ଦ୍ର, ମୁଁ ଜାଣେ ଯେ ଗତ କିଛି ବର୍ଷ ଧରି ଆମ ଭିତରେ ଭିନ୍ନମତ ଦେଖାଦେଇଥିଲା। କିନ୍ତୁ  ଆମେ ଏକାଠି କଟାଇଥିବା ଭଲ ସମୟ ଉପରେ ଏବଂ ଆମେ ଏକାଠି କରିଥିବା କାମ ଉପରେ ଏବଂ ପୁରୁଣା ସ୍ମୃତି ସବୁ ଉପରେ ମୁଁ ଫୋକସ୍‌ କରିବାକୁ ପସନ୍ଦ କରେ।  ଆପଣ ଖୁବ୍‌ଶୀଘ୍ର ଆମଠାରୁ ଦୂରେଇଗଲେ।  ଆପଣଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।’  ଜମ୍ମୁ କଶ୍ମୀର ଉପମୁଖ୍ୟମନ୍ତ୍ରୀ ସୁରିନ୍ଦ୍ର କୁମାର ଚୌଧୁରୀ କହିଛନ୍ତି, ଦେବେନ୍ଦ୍ରଙ୍କ ବିୟୋଗରେ ମୁଁ ମର୍ମାହତ। ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ରାଣାଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।  ଅସମୟରେ ଦେବେନ୍ଦ୍ର ସିଂହ ରାଣାଙ୍କ ମୃତ୍ୟୁ ଘଟଣା ଖୁବ୍‌ ଦୁଃଖ ଦେଇଛି।  ତାଙ୍କ ମୃତ୍ୟୁ ସହ ଆମେ ଜଣେ ପରୋପକାରୀ ନେତାଙ୍କୁ ହରାଇଲୁ।  ପିଡିପି (ପିପୁଲ୍ସ ଡିମୋକ୍ରାଟିକ୍‌ ପାର୍ଟି) ମୁଖ୍ୟ ମେହବୁବା ମୁଫ୍‌ତି ମଧ୍ୟ ଦେବେନ୍ଦ୍ର ସିଂହ ରାଣାଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe