ତୃତୀୟ ବର୍ଷ ଛାତ୍ରଙ୍କ ରାଗିଂଗ ପାଇଁ ଗଲା ଡାକ୍ତରୀ ଛାତ୍ରଙ୍କ ଜୀବନ

ଜିଏମ୍‌ଇଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ତୃତୀୟ ବର୍ଷର କିଛି ଛାତ୍ର ହଷ୍ଟେଲ ଭିତରେ ପ୍ରଥମବର୍ଷର ଛାତ୍ରଙ୍କୁ ରାଗିଂଗ କରୁଥିବା ବେଳେ ଅନିଲ ମେଥାନିଆଙ୍କ ହେଲା ମୃତ୍ୟୁ।

୍ମକତଦ

ନୂଆଦିଲ୍ଲୀ: ଗୁଜରାଟ ପାଟନାର ଧାରପୁରସ୍ଥିତ ଜିଏମ୍‌ଇଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ରାଗିଂଗ କରିବାରୁ ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।  ମୃତ ଛାତ୍ରଙ୍କ ନାମ ଅନିଲ ମେଥାନିଆ ଓ ବୟସ ୧୮ବର୍ଷ । ସେ ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାର ବାସିନ୍ଦା ଥିବା ଜଣାପଡ଼ିଛି। 

ସୂଚନା ମୁତାବକ, ଗତ ଶନିବାର ଜିଏମ୍‌ଇଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ତୃତୀୟ ବର୍ଷର କିଛି ଛାତ୍ର ହଷ୍ଟେଲ ଭିତରେ ପ୍ରଥମବର୍ଷର ଛାତ୍ରଙ୍କୁ ଏକାଠି କରି ରାଗିଂଗ କରିଥିଲେ। ଏହି ସମୟରେ ଅନିଲ ମେଥାନିଆଙ୍କୁ ତୃତୀୟ ବର୍ଷର ଛାତ୍ରମାନେ ନୃତ୍ୟ କରିବା ପାଇଁ କହିଥିଲେ। ଏହାପରେ ଦୀର୍ଘ ୩ ଘଣ୍ଟା କାଳ ଛିଡା କରାଇ ଦେଇଥିଲେ। ଫଳରେ ଅନିଲ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। 

 ଏହି ଘଟଣା ସମ୍ପର୍କରେ ପ୍ରଥମବର୍ଷର କିଛିଛାତ୍ର ହଷ୍ଟେଲ ପରିଚାଳକଙ୍କୁ ସୂଚନା ଦେବା ପରେ  ତୁରନ୍ତ ଅନିଲ ମେଥାନିଆଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

 ପୁଲିସରେ ମୃତକଙ୍କ ପରିବାରଲୋକ ଅଭି‌ଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ରାଗିଂଗ ଘଟଣାରେ ସମ୍ପୃକ୍ତ ଥିବା  ୧୫ ଜଣ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଡାକ୍ତରୀ ଛାତ୍ରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୧୦୫, ୧୨୭(୨), ୧୮୯(୨), ୧୯୦ ଓ ୨୯୬(ବି)ରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି।

ଡେପୁଟି ଏସପି  କେ ପାଣ୍ଡ୍ୟା କହିଛନ୍ତି, ‘ପୁଲିସ ଜିଏମ୍‌ଇଆରଏମ କଲେଜର ସିସିଟିଭି ଫୁଟେଜ ସହିତ ଏକାଠି କରିଥିବା ଅନ୍ୟ କିଛି ପ୍ରମାଣକୁ ଆଧାର କରି ଯାଞ୍ଚ କରୁଛି। ଏପଟେ ଏହି ମାମଲାର ତଦନ୍ତ ପାଇଁ ଆଣ୍ଟି-ରାଗିଂଗ କମିଟି ଗଠନ କରାଯାଇଛି ବୋଲି କଲେଜର ଡିନ ହାର୍ଦ୍ଦିକ ଶାହା ସୂଚନା ଦେଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe