ଆମେରିକାର ପୂର୍ବତନ ପ୍ରଥମ ମହିଳା ରୋଜାଲିନ୍ କାର୍ଟରଙ୍କ ପରଲୋକ

Advertisment
ଆମେରିକାର ପୂର୍ବତନ ପ୍ରଥମ ମହିଳା ରୋଜାଲିନ୍ କାର୍ଟରଙ୍କ ପରଲୋକ

ୱାସିଂଟନ: ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପତ୍ନୀ ରୋଜାଲିନ୍ କାର୍ଟରଙ୍କର ରବିବାର ୯୬ ବର୍ଷ ବୟସରେ ତାଙ୍କ ଗେଗୋରିଆ ସ୍ଥିତ ବାସଭବନରେ ପରଲୋକ ହୋଇଛି। ସେ ମାନସିକ ସ୍ୱାସ୍ଥ୍ୟ ସଂସ୍କାରର ଜଣେ ସମର୍ଥକ ଥିଲେ। ଏଲିନୋର୍ ରୋଜାଲିନ୍ ସ୍ମିଥ୍ ୧୯୨୭ ମସିହା ଅଗଷ୍ଟ ୧୮ରେ ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ। ହାଇସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ସେ ଜର୍ଜିଆ ସାଉଥୱେଷ୍ଟର୍ଣ୍ଣ କଲେଜରେ ନାମ ଲେଖାଇଥିଲେ। ତାଙ୍କର ପ୍ରଥମ ବର୍ଷ ପରେ ୧୯୪୫ ମସିହାରେ ସେ ଆମେରିକାର ନୌସେନା ଏକାଡେମିରୁ ଫେରିଥିବା ଜିମି କାର୍ଟରଙ୍କ ସହ ଡେଟ୍‌ରେ ଯାଇଥିଲେ। କାର୍ଟରଙ୍କ ସହ ତାଙ୍କର ପୂର୍ବରୁ ପାରିବାରିକ ସମ୍ପର୍କ ଥିଲା।

୧୯୪୬ ମସିହା ଜୁଲାଇ ୭ ତାରିଖରେ ସେମାନେ ବିବାହ କରି ଭର୍ଜିନିଆ ଚାଲି ଯାଇଥିଲେ। ଏହି ଦମ୍ପତିଙ୍କର ଚାରି ସନ୍ତାନ ଅଛନ୍ତି- ଜନ୍ ୱିଲିୟମ୍, ଜେମ୍ସ ଅର୍ଲ ତୃତୀୟ, ଡୋନେଲ ଜେଫ୍ରି ଏବଂ ଏମି ଲିନ୍। ଜିମି କାର୍ଟର ରାଷ୍ଟ୍ରପତି ଥିବା ସମୟରେ ରୋଜାଲିନ୍ ସ୍ୱାମୀଙ୍କ ପ୍ରଶାସନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ କ୍ୟାବିନେଟ୍ ବୈଠକରେ ଅଂଶଗ୍ରହଣ କରିବା ସହ ଗୁରୁତ୍ୱପୂର୍ଣ୍ଣ ବ୍ରିଫିଂରେ ଭାଗ ନେଉଥିଲେ, ହ୍ୱାଇଟ୍ ହାଉସ୍ ତରଫରୁ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିଲେ, ମାନସିକ ସ୍ୱାସ୍ଥ୍ୟ ଆୟୋଗର ଜଣେ ସମ୍ମାନିତ ସଦସ୍ୟ ଥିଲେ ଏବଂ ରାଷ୍ଟ୍ରପତିଙ୍କ ସହ ଲାଟିନ୍ ଆମେରିକାର ବିଭିନ୍ନ ଦେଶକୁ ଗସ୍ତ କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe