ପାଟଣା: ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀ (୭୨)ଙ୍କର ଆଜି ପରଲୋକ ଘଟିଛି। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସିତ ହେଉଥିଲେ। ୩ ଏପ୍ରିଲ୍ ୨୦୨୪ରେ ଶ୍ରୀ ମୋଦୀ ନିଜର ସ୍ବାସ୍ଥ୍ୟ ସମ୍ପର୍କରେ ସାର୍ବଜନୀନ କରିଥିଲେ। ଗତ ୬ ମାସ ଧରି କର୍କଟ ରୋଗରେ ପୀଡ଼ିତ ଥିବା ନେଇ ସୂଚନା ଦେଇଥିଲେ। ଗତ କିଛି ମାସ ଧରି ସେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସୁଶୀଲଙ୍କ ମୃତ୍ୟୁ ସମ୍ପର୍କରେ ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଥିଲେ। ଆସନ୍ତାକାଲି ସୁଶୀଲଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସରୁ ପାଟନାର ରାଜେନ୍ଦ୍ରନଗର ବାସଭବନକୁ ଅଣାଯିବ ଓ ଅପରାହ୍ଣରେ ଶେଷକୃତ୍ୟ ସମ୍ପନ୍ନ ହେବ।
ସୁଶୀଲ ମୋଦୀଙ୍କ ପରଲୋକ
Advertisment
Follow Us