ନାବାଳିକା ଦୁଷ୍କର୍ମକାରୀଙ୍କୁ ଏଣିକି ଫାଶୀ: ଅଧ୍ୟାଦେଶ ଉପରେ ମୋହର ଲଗାଇଲା କେନ୍ଦ୍ର କ୍ୟାବିନେଟ୍‌

Advertisment
ନାବାଳିକା ଦୁଷ୍କର୍ମକାରୀଙ୍କୁ ଏଣିକି ଫାଶୀ: ଅଧ୍ୟାଦେଶ ଉପରେ ମୋହର ଲଗାଇଲା କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ନାବାଳିକା ଦୁଷ୍କର୍ମକାରୀମାନଙ୍କୁ ଏଣିକି ଫାଶୀଦଣ୍ଡରେ ଦଣ୍ଡିତ କରିବା ପାଇଁ ଆଇନ୍‌ ଉପରେ କେନ୍ଦ୍ର କ୍ୟାବିନେଟ୍‌ ଆଜି ନିଜର ମୋହର ଲଗାଇଛନ୍ତି। ପର୍ବରୁ କେନ୍ଦ୍ର ସରକାର ପୋକ୍‌ସୋ ଆଇନ୍‌ ବଳରେ ନାବାଳିକା ଦୁଷ୍କର୍ମକାରୀମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବା ପାଇଁ ଗତ ଅପ୍ରେଲ ମାସରେ ସଂସଦରେ ଏକ ଅଧ୍ୟାଦେଶ ଆଣିଥିଲେ। ଏହି ଅଧ୍ୟାଦେଶକୁ ଆଜି କ୍ୟାବିନେଟ ମଞ୍ଜୁରି ମିଳିଥିବା କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

publive-image

ଏଣିକି ୧୨ ବର୍ଷରୁ କମ୍‌ ବୟସ୍କ ନାବାଳିକାମାନଙ୍କୁ ଦୁଷ୍କର୍ମ କରୁଥିବା ଦୁଷ୍କର୍ମକାରୀମାନଙ୍କୁ ପୋକ୍‌ସୋର ସଂଶୋଧିତ ଆଇନ୍‌ ବଳରେ ମୁତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ। ସେହିପରି ୧୬ ବର୍ଷରୁ କମ୍‌ ବୟସ୍କ ନାବାଳିକାମାନଙ୍କୁ ଦୁଷ୍କର୍ମ କରୁଥିବା ଦୁଷ୍କର୍ମକାରୀମାନଙ୍କୁ ପୋକ୍‌ସୋର ସଂଶୋଧିତ ଆଇନ୍‌ ବଳରେ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ କରାଦଣ୍ଡ ଏବଂ ଆବଶ୍ୟକ ସ୍ଥଳେ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିବା ପାଇଁ ପୋକ୍‌ସୋର ସଂଶୋଧିତ ଆଇନ୍‌ରେ ବ୍ୟବସ୍ଥା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe