ନିର୍ଭୟା ମାମଲା: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ କଲା ରାଜକ୍ଷମା ଆବେଦନ

Advertisment
ନିର୍ଭୟା ମାମଲା: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଦୋଷୀ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ କଲା ରାଜକ୍ଷମା ଆବେଦନ

NDTV

ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଚାରି ନିର୍ଭୟା ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ବିନୟ ଶର୍ମା ଆଜି ଅପରାହ୍ଣରେ ରାଷ୍ଟ୍ରପତି ରାମନାଥ କେବିନ୍ଦଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ଫେବ୍ରୁଆରି ୧ ତାରିଖ, ସକାଳ ୬ଟାରେ ଫାଶୀ ନିମନ୍ତେ ଅଦାଲତଙ୍କ ପକ୍ଷରୁ ମୃତ୍ୟୁ ପରଓ୍ଵାନା ଜାରି ହେବାପରେ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ଏହି ରାଜକ୍ଷମା ଆବେଦନ କରିଛି।

ଉଲ୍ଲେଖଯୋଗ୍ୟ, ରାଜକ୍ଷମା ଆବେଦନ କରିବା ପୂର୍ବରୁ ବିନୟ ଶର୍ମା ସୁପ୍ରିମ୍‌ କୋର୍ଟରେ ଏକ କ୍ୟୁରେଟିଭ୍‌ ପିଟିସନ ଆଗତ କରିଥିଲା। ସୁପ୍ରିମ୍‌ କୋର୍ଟର ୫ ଜଣ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ଗତ ଜାନୁଆରି ୧୪ ତାରିଖରେ ଏହାର ଶୁଣାଣି କରି ଏହି କ୍ୟୁରେଟିଭ୍‌ ପିଟିସନକୁ ଖାରଜ କରିଦେଇଥିଲେ।

ବିନୟ ଶର୍ମା ପୂର୍ବରୁ ଏହି ମାମଲାରେ ଅନ୍ୟତମ ଦୋଷୀ ମୁକେଶ ସିଂହ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲା। ତେବେ, ଏହାକୁ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ। ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜକ୍ଷମା ଆବେଦନ ଖାରଜ ହେବା ଘଟଣାକୁ ଚାଲେଞ୍ଜ କରି ମୁକେଶ ପୁନର୍ବାର ଆଉ ଏକ ପିଟିସନ ସୁପ୍ରିମ୍‌ କୋର୍ଟରେ ଆଗତ କରିଥିଲା। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏ ଏସ୍‌ ବୋପାନ୍ନାଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିବା ପରେ ଆଜି ଏହାକୁ ଖାରଜ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe