ବିଜେପି ସାଂସଦ ତଥା କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ପୁଲିସରେ ମାମଲା ରୁଜ୍ଜୁ କଲେ

Advertisment
ବିଜେପି ସାଂସଦ ତଥା କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ପୁଲିସରେ ମାମଲା ରୁଜ୍ଜୁ କଲେ

Zee News

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟିୟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳୁଛି ବୋଲି ତାଙ୍କ ବ୍ୟକ୍ତିଗତ ସଚିବ ଗୌରବ ଆରୋରା ପୁଲିସରେ ଅଭିଯୋଗ କରିଛନ୍ତି ।

ପୁଲିସକୁ ଏକ ପତ୍ର ଲେଖି ଗୌତମ କହିଛନ୍ତି ଯେ ଗତ କିଛି ଦିନ ଧରି ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ମାରିଦେବାକୁ ଧମକ ଆସୁଛି । ଏହି ଧମକ ଦୃଷ୍ଟିରୁ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବାକୁ ସେ ପୁଲିସକୁ ଅନୁରୋଧ କରିଛନ୍ତି ।

ବିଗତ କିଛି ଦିନ ହେଲା ଗୌତମ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖି ଚର୍ଚ୍ଚାରେ ରହିଛନ୍ତି । ଗତକାଲି ସେ ସମାଲୋଚନା କରି କହିଥିଲେ ଯେ ବୋଧହୁଏ ପୁଲିସର ମାନବ ଅଧିକାର ଅଛି ନା ନାହିଁ, ତାହା ଜାଣିବାକୁ ତଥାକଥିତ ବଲିଉଡ ଷ୍ଟାର, ବାମପନ୍ଥୀ ଓ ଉଦାରବାଦୀମାନେ ଜାତିସଂଘ ଯାଇଛନ୍ତି ।

ସେହିପରି ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଲାଠିମାଡ଼ ପ୍ରସଙ୍ଗରେ କିଛିଦିନ ତଳେ ସେ କହିଥିଲେ ଯେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର ଲାଠିମାଡ଼ ଠିକ ନୁହେଁ, କିନ୍ତୁ ଯଦି ପୁଲିସ ଉପରକୁ ପଥର ଫିଙ୍ଗାଯିବ, ପୁଲିସ ତାହାର ଜବାବ ଦେବ ।  ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ନକରି ସର୍ବସାଧାରଣ ସଂପତ୍ତି ନଷ୍ଟ କରିବେ, ତେବେ ପୁଲିସ ନିଶ୍ଚିତଭାବେ ତାହାର ଜବାବ ଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe