ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ: ଯୁବତୀଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

Advertisment

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍‌ କରି ହତ୍ୟା ଧମକ ପଠାଇଥିବା ଜଣେ ୨୪ ବର୍ଷୀୟା ମହିଳାଙ୍କୁ ମୁମ୍ବାଇ ପୁଲିସ  ଗିରଫ କରିଛି। ଧମକ ବାର୍ତ୍ତାରେ କୁହାଯାଇଥିଲା ଯେ ଯଦି ଯୋଗୀ ୧୦ ଦିନ ମଧ୍ୟରେ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ତାଙ୍କୁ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍‌ କରି ହତ୍ୟା ଧମକ ପଠାଇଥିବା ଜଣେ ୨୪ ବର୍ଷୀୟା ମହିଳାଙ୍କୁ ମୁମ୍ବାଇ ପୁଲିସ  ଗିରଫ କରିଛି। ଧମକ ବାର୍ତ୍ତାରେ କୁହାଯାଇଥିଲା ଯେ ଯଦି ଯୋଗୀ ୧୦ ଦିନ ମଧ୍ୟରେ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ତାଙ୍କୁ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ...

Yogi's big announcement

ମୁମ୍ବାଇ:  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍‌ କରି ହତ୍ୟା ଧମକ ପଠାଇଥିବା ଜଣେ ୨୪ ବର୍ଷୀୟା ମହିଳାଙ୍କୁ ମୁମ୍ବାଇ ପୁଲିସ  ଗିରଫ କରିଛି। ଧମକ ବାର୍ତ୍ତାରେ କୁହାଯାଇଥିଲା ଯେ ଯଦି ଯୋଗୀ ୧୦ ଦିନ ମଧ୍ୟରେ ପଦରୁ ଇସ୍ତଫା ନ ଦିଅନ୍ତି ତେବେ ତାଙ୍କୁ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ। ଫାତିମା ଖାନ୍‌ ନାମ୍ନୀ ଜଣେ ମହିଳାଙ୍କ ନମ୍ବରରୁ ମେସେଜ୍ ଆସିଥିବା ତଦନ୍ତରୁ ଜଣାପଡ଼ିବା ପରେ  ତାଙ୍କୁ ପୁଲିସ ଗିରଫ  କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଫାତିମା ଖାନ୍‌ ଜଣେ ଉଚ୍ଚ ଶିକ୍ଷିତ ଏବଂ ସେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ । ମହିଳା ଜଣକ  ବିଏସ୍‌ସି ଡିଗ୍ରି ହାସଲ କରିଛନ୍ତି ଏବଂ ସେ ନିଜ ପରିବାର ସହ ଥାଣେରେ ରହୁଥିବା ଜଣାପଡ଼ିଛି । ତାଙ୍କ ବାପା କାଠ ବ୍ୟବସାୟରେ ନିୟୋଜିତ ଥିବା ସୂଚନା ମିଳିଛି।

ମୁମ୍ବାଇ ଟ୍ରାଫିକ୍ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ହତ୍ୟା ଧମକ ମିଳିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି। କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍ ହେଲ୍ପଲାଇନ ନମ୍ବରକୁ ଫାତିମାଙ୍କ ନମ୍ବରରୁ ମେସେଜ ଆସିଥିବା ଜଣାପଡ଼ିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ଗତ କିଛି ସପ୍ତାହ ଧରି ମୁମ୍ବାଇ ପୁଲିସକୁ ତୁହାକୁ ତୁହା  ଧମକ ବାର୍ତ୍ତା  ମିଳୁଥିବା ବେଳେ ଏହି ସଦ୍ୟତମ ଧମକ ବାର୍ତ୍ତା ଚର୍ଚ୍ଚାରେ ରହିଛି। ଅଧିକାଂଶ ଧମକ ବାର୍ତ୍ତାରେ ସଲମାନ ଖାନ୍‌ଙ୍କୁ ଟାର୍ଗେଟ କରି ଧମକ ଦିଆଯାଇଥିବା ଜଣାପଡ଼ିଛି। ନିକଟରେ ହତ୍ୟାର ଶିକାର ହୋଇଥିବା ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ ନାମରେ  ମଧ୍ୟ ଧମକପୂର୍ଣ୍ଣ ମେସେଜ୍ ଆସିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe