ଦିଲ୍ଲୀ ପୁଲିସ କମିସନରଙ୍କୁ ଆସିଛି ଧମକପୂର୍ଣ୍ଣ ମେଲ୍ : ପ୍ରଧାନମନ୍ତ୍ରୀଙ୍କୁ ୨୦୧୯ ନଭେମ୍ବରରେ ହତ୍ୟା କରାଯାଇପାରେ

Advertisment
ଦିଲ୍ଲୀ ପୁଲିସ କମିସନରଙ୍କୁ ଆସିଛି ଧମକପୂର୍ଣ୍ଣ ମେଲ୍ : ପ୍ରଧାନମନ୍ତ୍ରୀଙ୍କୁ ୨୦୧୯ ନଭେମ୍ବରରେ ହତ୍ୟା କରାଯାଇପାରେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦିଆଯାଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସ କମିସନରକୁ ଏ ନେଇ ଇ-ମେଲ୍ ଯୋଗେ ଧମକ ମିଳିଛି । ସୂଚନା ଅନୁସାରେ ଦିଲ୍ଲୀ ପୋଲିସ କମିସନର ଅମୂଲ୍ୟ ପଟ୍ଟନାୟକଙ୍କ ମେଲକୁ ଆସିଛି ଏହି ଧମକପୂର୍ଣ୍ଣ ମେସେଜ । ମାତ୍ର ଏକ ଧାଡ଼ିରେ ଆସିଛି ଏହି ମେସେଜ, ଯାହା ଦିଲ୍ଲୀ ପୋଲିସର ନିଦ ହଜାଇ ଦେଇଛି । ଏହି ଇମେଲରେ କୁହାଯାଇଛି କି ୨୦୧୯ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରାଯାଇପାରେ। ।

ଏହି ଇମେଲ୍ ମିଳିବା ପରେ ଦିଲ୍ଲୀ ପୁଲିସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସମସ୍ତ ଏଜେନ୍ସିଙ୍କୁ ଜଣାଇ ଦିଆଯାଇଥିଲା। ଏହାପରେ ମେଲର ସତ୍ୟତା ନେଇ ଖୋଳତାଡ କରାଯିବା ପରେ ଆସାମର କୌଣସି ଏକ ସ୍ଥାନରେ ଥିବା ସର୍ଭରରୁ ମେଲ୍ ପଠାଯାଇଥିବା ଜଣାପଡ଼ିଥିଲା। ତେବେ ଇମେଲ୍ ପଠାଇଥିବା ବ୍ୟକ୍ତିକୁ ଖୋଜୁଛି ପୋଲିସ୍ । ମେଲ୍ ମିଳିବା ପରେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଏ ଘଟଣାର କୌଣସି ସ୍ପଷ୍ଟୀକରଣ ଆସିନାହିଁ ।

ଇମେଲ ମିଳିବା ତୁରନ୍ତ ପରେ ହିଁ ପୋଲିସ ଓ ଯାଞ୍ଚ ଏଜେନ୍ସି ଗୁଡ଼ିକ ଏହାର ସତ୍ୟତା ନେଇ ଛାନଭିନ୍ କରୁଛନ୍ତି । ଏହାସହ ଭୀମା-କାରେଗାଓଁ ହିଂସାର ଯାଞ୍ଚ ସମୟରେ ମଧ୍ୟ ମୋଦିଙ୍କ ବିରୋଧରେ ଷଡ଼ଯନ୍ତ୍ର ହେଉଥିବାର ଖୁଲାସା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe