ଏକଚ୍ଛତ୍ରବାଦୀର ମରଣ ହେଉ: ହିଜାବ୍‌ ଖୋଲି ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କଲେ ଇରାନୀୟ ସ୍କୁଲ୍‌ ବାଳିକା

Advertisment
ଏକଚ୍ଛତ୍ରବାଦୀର ମରଣ ହେଉ: ହିଜାବ୍‌ ଖୋଲି ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କଲେ ଇରାନୀୟ ସ୍କୁଲ୍‌ ବାଳିକା

Image Courtesy of India Today

ତେହେରାନ୍‌: ମହିଳାଙ୍କ ପ୍ରତି ସରକାରଙ୍କ ଆଚରଣ ବି‌ରୋଧରେ ପ୍ରତିବାଦ ପ୍ରଦର୍ଶନ କରି ମଙ୍ଗଳବାର ଦିନ ଇରାନୀୟ ସ୍କୁଲ୍‌ ବାଳିକାମାନେ ‘ଏକଚ୍ଛତ୍ରବାଦୀର ମରଣ ହେଉ’ ବୋଲି ସ୍ଲୋଗାନ୍‌ ଦେଇଥିଲେ।

‘ବିବିସି’ ରିପୋର୍ଟ ଅନୁସାରେ, ଇରାନ୍‌ର ରାଜଧାନୀ ନଗରୀ ତେହେରାନ୍‌ର ଉପନଗରୀ କରଜରେ ସ୍କୁଲ୍‌ ବାଳିକାମାନେ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇବାକୁ ହିଜାବ୍‌ ଖୋଲି ପକାଇ ରାସ୍ତାକୁ ଚାଲି ଆସିଥିଲେ।

ଇରାକ୍‌କୁ ଲାଗିଥିବା ଦେଶର ପଶ୍ଚିମ ସୀମାନ୍ତ ଅନ୍ତର୍ଗତ ସାକ୍ବେଜ୍‌ରେ ମଧ୍ୟ ସ୍କୁଲ୍‌ବାଳିକାମାନେ ରାସ୍ତାକୁ ଚାଲିଆସି ନିରଙ୍କୁଶ ଶାସକ ଆୟତୋଲ୍ଲା ଅଲି ଖାମେନିଙ୍କୁ ଉଦ୍ଦେଶ୍ୟ କରି ‘ଏକଚ୍ଛତ୍ରବାଦୀର ମରଣ ହେଉ’ ବୋଲି ଚିତ୍କାର କରି କହୁଥିଲେ।

publive-image Image Courtesy of Business Insider

ୱାସିଂଟନ୍‌ର ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଦି ଷ୍ଟଡି ଅଫ୍‌ ୱାର୍‌’ ପ୍ରତିବାଦ ଘଟଣାର ବିଶ୍ଳେଷଣ କରି କହିଛି ଯେ, ସମଗ୍ର ଦେଶରେ ପ୍ରବଳ ହେଉଥିବା ପ୍ରତିବାଦର ନେତୃତ୍ବ ନେଉଛନ୍ତି ଛାତ୍ରୀମାନେ।

ସମ୍ପ୍ରତି ଇରାନ୍‌ରେ ଚାଲିଥିବା ସରକାର ବିରୋଧୀ ପ୍ରତିବାଦ ପ୍ରାଥମିକ ଭାବେ ୨୨ ବର୍ଷୀୟ ଯୁବତୀ ମାଶା ଆମିନିଙ୍କ ମୃତ୍ୟୁ ଘଟଣାରୁ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ମଧ୍ୟ ଭାଗରେ ମୋରାଲ୍‌ ପୋଲିସ୍‌ଦ୍ବାରା ଗିରଫ ହୋଇ ମାଶା ସରକାରୀ ହାଜତରେ ମୃତ୍ୟୁ ବରଣ କରିଥିଲେ। ସେ ଠିକ୍‌ ଭାବେ ହିଜାବ୍‌ ପିନ୍ଧି ନ ଆଇନ ଉଲ୍ଲଂଘନ କରିଥିବାରୁ ଗିରଫ ହୋଇଥି‌ଲେ।

ଇରାନ୍‌ ମଧ୍ୟ ଅତି ନିର୍ମମ ଭାବେ ହିଜାବ୍‌ ପ୍ରତିବାଦକୁ ଦମନ କରୁଛି। ନର୍‌ୱେସ୍ଥିତ ‘ଇରାନ୍‌ ମାନବ ଅଧିକାର’ ସଙ୍ଗଠନ ମଙ୍ଗଳବାର ଦିନ କହିଛି ଯେ, ଏହି ଆନ୍ଦୋଳନରେ ପିଲାଙ୍କ ସମେ‌ତ ୧୫୪ଜଣଙ୍କର ମୃତ୍ୟୁ ଘଟିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe