ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ୨୮୮କୁ ବୃଦ୍ଧି, ୨୦୫ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର: ମୁଖ୍ୟ ଶାସନ ସଚିବ

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ୨୮୮କୁ ବୃଦ୍ଧି, ୨୦୫ଟି ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଦିନ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ୍‌, ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସ୍‌ ଓ ମାଲଗାଡ଼ି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାଲେଶ୍ବର ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ସମସ୍ତ ପ୍ରକାରର ଯାଞ୍ଚ ପରେ ଚୂଡ଼ାନ୍ତ ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ କରାଯାଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଛନ୍ତି, ଭୁବନେଶ୍ବରକୁ ମୋଟ୍‌ ୧୯୩ଟି ମୃତଦେହ ଆସିଥିଲା। ଏଥିରୁ ଏପର୍ଯ୍ୟନ୍ତ ୧୧୦ଟି ଚିହ୍ନଟ କରାଯାଇଛି। ଏଗୁଡ଼ିକ ସେମାନଙ୍କର ପରିବାର ଲୋକଙ୍କୁ ଦିଆଯାଇଛି। ବାଲେଶ୍ବରରେ ୯୪ଟି ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଭଦ୍ରକ ମେଡିକାଲରେ ଜଣେ ଟ୍ରେନ୍‌ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କର ମୃତଦେହ ତାଙ୍କର ପରିବାର ଲୋକଙ୍କୁ ଦିଆଯାଇଛି।

ଟ୍ରେନ୍‌ ଦୁର୍ଘଟଣାରେ ମୃତ ୨୮୮ ଜଣଙ୍କ ମଧ୍ୟରୁ ୨୦୫ଟି ମୃତଦେହ ଚିହ୍ନଟ ହୋଇଛି। ଏଗୁଡ଼ିକ ହସ୍ତାନ୍ତର କରାଯାଇସାରିଛି। ଆହୁରି ୮୩ଟି ମୃତଦେହ ଚିହ୍ନଟ କରାଯାଇପାରି ନାହିଁ। ତେଣୁ ସେଗୁଡ଼ିକର ଡିଏନ୍‌ଏ ନମୁନା ରଖାଯାଇଛି। ସେହି ମୃତଦେହର ଦାବିଦାର ଆସିଲେ ଡିଏନ୍‌ଏ ମ୍ୟାଚିଂ କରି ହସ୍ତାନ୍ତର କରାଯିବ ବୋଲି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe