ଇଡୁକି ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

Advertisment
ଇଡୁକି ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

newindianexpress

ଥିରୁଅନନ୍ତପୁରମ୍ : ଗତକାଲି କେରଳରେ ପ୍ରବଳ ବର୍ଷା ପରେ ଇଡୁକି ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା | ପ୍ରଥମେ ୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ବଢି ୨୪ ରେ ପହଞ୍ଚିଛି | ଶନିବାର ୬ଜଣଙ୍କ ମୃତ ଦେହ ମିଳିବ ପରେ ମୃତ୍ୟୁ ସଂଖ୍ୟା ୨୪ ରେ ପହଞ୍ଚିଛି | ପ୍ରାୟ ୧୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଆହୁରି ୫୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ସେମାନେ ମାଟି ତଳେ ପୋତି ହୋଇ ରହିଥିବା କୁହାଯାଉଛି। ଭୂସ୍ଖଳନ ଯୋଗୁଁ ୨୦ରୁ ଅଧିକ ଘର ମାଟିରେ ମିଶି ଯାଇଛି।

publive-image Zee News

ସୂଚନା ମୁତାବକ, ଶୁକ୍ରବାର ଭୋର୍‌ ସମୟରେ ଏହି ଭୟଙ୍କର ବିପର୍ଯ୍ୟୟ ଘଟିଥିଲା। ଇଡୁକିର ରାଜମଲାଇ ଅଞ୍ଚଳରେ ଟି ଇଷ୍ଟେଟ୍‌ କର୍ମଚାରୀଙ୍କର ଏକ ବସତି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏଠାରେ ପ୍ରାୟ ୮୪ ଜଣ ରହୁଥିଲେ। ଏହା ମୁନ୍ନାର୍‌ ହିଲ୍‌ ରିସୋର୍ଟ୍‌ଠାରୁ ପ୍ର‌ାୟ ୨୫ କିମି ଦୂର। ଭୂ୍ସ୍ଖଳନ ସମୟରେ ଅଧିକାଂଶ ଲୋକ ଶୋଇଥିବାରୁ ସେମାନେ ନିଜ ଜୀବନ ବଞ୍ଚାଇ ପାରିନଥିଲେ। ଜିଲ୍ଲାପାଳ ଏଚ୍‌ ଦିନେଶାନ୍‌ଙ୍କ କହିବା ଅନୁଯାୟୀ ଜଣେ କର୍ମଚାରୀ ନିଜ ଜୀବନ ବଞ୍ଚାଇବା ସହ ଏରାଭିକୁଲମ୍‌ ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକ‌ାର୍ଯ୍ୟରେ ବାଧା ଉପୁଜିଛି। ଦିନେଶାନ୍‌ଙ୍କ ଅନୁଯାୟୀ ୧୬ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe