ଦିଲ୍ଲୀ ହିଂସାରେ ମୃତ୍ୟୁସଂଖ୍ୟା ୨୨ଛୁଇଁଲା, ଟୁଇଟ୍ କରି ସୂଚନା ଦେଲେ ଜିଟିବି ହସ୍ପିଟାଲର ସୁପରିଟେଣ୍ଡେଣ୍ଟ

Advertisment
ଦିଲ୍ଲୀ ହିଂସାରେ ମୃତ୍ୟୁସଂଖ୍ୟା ୨୨ଛୁଇଁଲା, ଟୁଇଟ୍ କରି ସୂଚନା ଦେଲେ ଜିଟିବି ହସ୍ପିଟାଲର ସୁପରିଟେଣ୍ଡେଣ୍ଟ

Firstpost

ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏଯାବତ୍ ମିଳିଥିବା ସର୍ବଶେଷ ରିପୋର୍ଟ ମୁତାବକ ସିଏଏ ବିପକ୍ଷ ଓ ସପକ୍ଷବାଦୀଙ୍କ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ଗୁରୁ ଟେଗ ବାହାଦୂର ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ କୁମାର ଗୌତମଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ ଜଣ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାଂଶ ପୀଡ଼ିତଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇ ଘରକୁ ପଠାଇ ଦିଆଯାଇଥିବା ବେଳେ ୩୫ଜଣ ପୀଡ଼ିତଙ୍କର ଏବେ ବି ଚିକିତ୍ସା ଜାରି ରହିଛି। ଆଜି ସକାଳ ସମୟରେ ୧୬ଜଣ ପୀଡ଼ିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ଗୁରୁତର ନ ଥିବା କହିଛନ୍ତି ସୁନୀଲ କୁମାର ଗୌତମ।

ସିଏଏକୁ ନେଇ ଉତ୍ତର ପୂର୍ବ ଦିଲ୍ଲୀ ଆଜି ତୃତୀୟ ଦିନ ଧରି ଅଶାନ୍ତ ରହିଛି। ଏହି ହିଂସାକାଣ୍ଡରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁତର ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଦେହରେ ଗୁଳି ବାଜିଥିବା‌ ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଗତକାଲି ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯାଇଥିଲା । ଦିଲ୍ଲୀର ଜାଫରାବ‌ାଦ, ଚାନ୍ଦବାଗ, ମୌଜପୁର, ଭଜନପାରା, ଗୋକୁଲପୁରୀ, ଖଜୁରି ଏବଂ କରୱାଲ ନଗରରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe