ନୂଆଦିଲ୍ଲୀ: ଦିଲ୍ଲୀରେ ହିଂସାରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏଯାବତ୍ ମିଳିଥିବା ସର୍ବଶେଷ ରିପୋର୍ଟ ମୁତାବକ ସିଏଏ ବିପକ୍ଷ ଓ ସପକ୍ଷବାଦୀଙ୍କ ସଂଘର୍ଷରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି। ଗୁରୁ ଟେଗ ବାହାଦୂର ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ କୁମାର ଗୌତମଙ୍କ ସୂଚନା ଅନୁଯାୟୀ ୧୮୯ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସୂତ୍ର ଅନୁସାରେ, ମୃତ୍ୟୁସଂଖ୍ୟା ବଢ଼ିପାରେ । ଅନ୍ୟପକ୍ଷରେ କେତେକ ସ୍ଥାନରେ ଉତ୍ତେଜନା ଜାରି ରହିଥିବାରୁ ଅର୍ଦ୍ଧସାମରିକ ବଳ ଫ୍ଲାଗମାର୍ଚ୍ଚ କରିଛି। ଏଥିସହ ଅଧିକ ୮୦୦ ଯବାନଙ୍କୁ ଉତ୍ତେଜନା ଥିବା ଅଞ୍ଚଳରେ ନିୟୋଜିତ କରାଯାଇଛି।
Image Source: Hindustan Timesପୂର୍ବ ଦିଲ୍ଲୀର ଦୁଇଟି ସ୍ଥାନରେ ସଦ୍ୟ ହିଂସାକାଣ୍ଡ ଘଟିବାରୁ ସେନାବାହିନୀ ଡକାଇବାକୁ ବୁଧବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କହିଛନ୍ତି। କେଜ୍ରିଓ୍ଵାଲ୍ କହିଛନ୍ତି ଯେ ସବୁ ପ୍ରକାର ପ୍ରୟାସ ସତ୍ତ୍ୱେ ପୁଲିସ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଅସମର୍ଥ। ବୁଧବାର ଟୁଇଟ୍ କରି କେଜ୍ରିଓ୍ଵାଲ୍ ଲେଖିଛନ୍ତି: ସେନାବାହିନୀ ଡକାଯିବା ସହ ହିଂସାକାଣ୍ଡ ପ୍ରଭାବିତ ବାକି ଅଞ୍ଚଳରେ ତୁରନ୍ତ କର୍ଫ୍ୟୁ ଜାରି ହେବା ଉଚିତ। ଏଥିପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରି ପତ୍ର ଲେଖିବେ ବୋଲି କହିଛନ୍ତି।
Image Courtesy: ToIସିଏଏକୁ ନେଇ ଉତ୍ତର ପୂର୍ବ ଦିଲ୍ଲୀ ଆଜି ତୃତୀୟ ଦିନ ଧରି ଅଶାନ୍ତ ରହିଛି। ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଆଜି ଆଉ ୭ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ୨୦ରେ ପହଂଚିଛି। ମୃତଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ରହିଛନ୍ତି। ଅଣାୟତ୍ତ ହୋଇପଡ଼ିଥିବା ଏହି ହିଂସାକାଣ୍ଡରେ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଦେହରେ ଗୁଳି ବାଜିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯାଇଛି। ଜାଫରାବାଦ, ଚାନ୍ଦବାଗ, ମୌଜପୁର, ଭଜନପାରା, ଗୋକୁଲପୁରୀ, ଖଜୁରି ଏବଂ କରୱାଲ ନଗରରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି।
Follow Us