ମମତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଲେ ସମର୍ଥନ ଦେବୁ: ଦେବଗୌଡ଼ା

Advertisment
ମମତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଲେ ସମର୍ଥନ ଦେବୁ: ଦେବଗୌଡ଼ା

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ଲାଗି କିଛି ପ୍ରମୁଖ ଦଳ ଆଗେଇ ଆସିଛନ୍ତି। ପୂର୍ବରୁ କଂଗ୍ରେସ ପକ୍ଷରୁ ଏହାକୁ ନେଇ ସବୁଜ ସଂକେତ ଦିଆଯାଇଥିଲା ବେଳେ ଏବେ ଜେଡିଏସ୍‌ (ଜନତା ଦଳ ସିକ୍ୟୁଲାର) ପକ୍ଷରୁ ସମର୍ଥନ ମିଳିବ ବୋଲି ସ୍ପଷ୍ଟ ହୋଇଯାଇଛି। ଦଳର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବଗୌଡ଼ା ଏ ନେଇ ସ୍ପଷ୍ଟ କରି କହିଛନ୍ତି, ମମତାଙ୍କୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଗଲେ ତାଙ୍କ ଦଳ ପକ୍ଷରୁ କୌଣସି ପ୍ରକାର ପ୍ରତିବାଦ କରାଯିବ ନାହିଁ। ଏଭଳି ନିଷ୍ପତ୍ତିକୁ ଜେଡିଏସ୍‌ ସମର୍ଥନ ଜଣାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe