ଫେସବୁକ୍ ଲାଇଭ‌ରେ ପ୍ରଧାନମନ୍ତ୍ରୀଙ୍କ ଏହି ନୀତିକୁ ଦାୟୀ କରି ଆତ୍ମହତ୍ୟା କଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

Advertisment
ଫେସବୁକ୍ ଲାଇଭ‌ରେ ପ୍ରଧାନମନ୍ତ୍ରୀଙ୍କ ଏହି ନୀତିକୁ ଦାୟୀ କରି ଆତ୍ମହତ୍ୟା କଲେ ଦମ୍ପତି: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଲକ୍ଷ୍ନୌ: ଆଗକୁ ୟୁପିରେ ବିଧାନସଭା ନିର୍ବାଚନ। ଏନେଇ ଭୋଟରଙ୍କୁ ଭିନ୍ନ ଭିନ୍ନ ପ୍ରତିଶ୍ରୁତି ଦେଇ ବିଭିନ୍ନ ଦଳ ଭୋଟ ହାତେଇବାକୁ ଚେଷ୍ଟା କରୁଥିବା ବେଳେ ଏବେ ୟୁପିରେ ଘଟିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ୟୁପିର ଜଣେ ବ୍ୟବସାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରି ଆତ୍ମହତ୍ୟା କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ପରେ ବିରୋଧୀଙ୍କୁ ବିଜେପିକୁ ଟାର୍ଗେଟ କରିବା ପାଇଁ ଆଉ ଏକ ସୁଯୋଗ ମିଳିଛି।

ସୂଚନା ମୁତାବକ, ଫେସବୁକ ଲାଇଭ କରି ୟୁପିର ବ୍ୟବସାୟୀ ରାଜୀବ ତୋମାର ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଛନ୍ତି। ଋଣ ଭାର ସହି ନପାରି ସେ ଏଭଳି କରିିଥିବା ଲାଇଭ ଭିଡିଓରେ କହିଛନ୍ତି। ଲାଇଭ ଭିଡିଓ ଦେଖି କେହି ଜଣେ ପୁଲିସକୁ ସୂଚନା ଦେବା ପରେ ପୁଲିସ ରାଜୀବଙ୍କ ଘରକୁ ଯାଇ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ହସ୍ପିଟାଲ ନେଇଥିଲା। ହେଲେ ହସ୍ପିଟାଲରେ ରାଜୀବଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜୀବ ଗୁରୁତର ଥିବା ଜଣାପଡ଼ିଛି।

ତେବେ ଫେସବୁକ ଲାଇଭ କରି ରାଜୀବ ତୋମାର କହିଥିଲେ ଯେ, "ମୁଁ ଭାବୁଛି ମୋର କହିବାର ସ୍ବାଧୀନତା ଅଛି। ମୁଁ ମୋର ଋଣ ପରିଶୋଧ କରିବି। ମୁଁ ମରିଗଲେ ମଧ୍ୟ ମୋର ବାକି ଥିବା ଋଣ ଦେବି। କିନ୍ତୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି ଭିଡିଓକୁ ଯଥାସମ୍ଭବ ଭାଇରାଲ କରନ୍ତୁ। ମୁଁ ଦେଶଦ୍ରୋହୀ ନୁହେଁ। କିନ୍ତୁ ମୁଁ ମୋଦୀଜୀଙ୍କୁ କହିବାକୁ ଚାହେଁ ଯେ, ଆପଣ ଛୋଟ ବ୍ୟବସାୟୀ ଏବଂ କୃଷକଙ୍କ ଶୁଭେଚ୍ଛୁ ନୁହଁନ୍ତି। ମୋଦୀଜୀଙ୍କ ଜିଏସଟି ନିୟମ ମୋ ବ୍ୟବସାୟକୁ ଅଧିକ ପ୍ରଭାବିତ କରିଛି।

ତେବେ ରାଜୀବଙ୍କ ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସେ ଟ୍ବିଟ କରିଛନ୍ତି ଯେ, ୟୁପିରେ ଆମେ ଛୋଟ ବ୍ୟବସାୟୀ ଓ ବ୍ୟବସାୟ ଉପରେ ପଡ଼ୁଥିବା ଖରାପ ପ୍ରଭାବ ଦେଖୁଛୁ। ବିମୁଦ୍ରୀକରଣ, ଜିଏସଟି ଏବଂ ଲକଡାଉନ୍ ସେମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe