କୋଭିଡ୍‌ରେ ଅନାଥ ପିଲାଙ୍କୁ ଋଣ ପରିଶୋଧ ନୋଟିସ୍‌

ସତର୍କ ନ ହେଲେ ଦେବାଳିଆ ହେବେ, ଋଣ ଆଦାୟରେ ସମବାୟ ବ୍ୟାଙ୍କର ପ୍ରଦର୍ଶନ ଚିନ୍ତାଜନକ

The Financial Express

ଭୋପାଳ : ଭୋପାଳର ବନୀଶା ପାଠକ ୯୯.୮ ପ୍ରତିଶତ ନମ୍ବର ରଖି ଦଶମ ଶ୍ରେଣୀ ଟପ୍ପର ହୋଇଛନ୍ତି। କରୋନାରେ ବନୀଶା ବାପା ମା’ଙ୍କୁ ହରାଇବାର ମାତ୍ର କିଛି ମାସ ମଧ୍ୟରେ ଏହି ସଫଳତା ପାଇଛନ୍ତି। ବନୀଶା ଟପ୍ପର ହେବାପରେ ଏକ କବିତା ଲେଖିଥିଲେ, ‘ ବାପା ମୁଁ ତୁମ ବିନା ଆଗକୁ ବଢ଼ିପାରିବି’। କିନ୍ତୁ ଏବେ ବନୀଶା ତାଙ୍କ ବାପା କରିଥିବା ଋଣ ପାଇଁ ସଂଘର୍ଷ କରୁଛନ୍ତି। ୧୭ ବର୍ଷୀୟା ବନୀଶାଙ୍କ ବାପା ଜିତେନ୍ଦ୍ର ପାଠକ ଜଣେ ଏଲ୍‌ଆଇସି ଏଜେଣ୍ଟ୍‌। ଅଫିସ୍‌ରୁ ସେ ୨୯ ଲକ୍ଷ ଟଙ୍କା ଋଣ ନେଇଥିଲେ। ବନୀଶା କହିଛନ୍ତି, ଋଣ ପରିଶୋଧ ପାଇଁ ସମୟ ଦେବାକୁ ସେ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଲେଖିଲେଣି କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରାଯାଇନି। ବନୀଶାଙ୍କୁ ନିଜ ସାନ ଭାଇର ଯତ୍ନ ବି ନେବାକୁ ପଡ଼ୁଛି। ଋଣ ପରିଶୋଧ ପାଇଁ ତାଙ୍କୁ ଶେଷଥର ଫେବ୍ରୁଆରି ୨ରେ ନୋଟିସ୍‌ କରାଯାଇଥିଲା। ଋଣ ପରିଶୋଧ ନକ‌ଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା। ବନୀଶା ଏବେ ତାଙ୍କ ମାମୁଁଙ୍କ ପାଖରେ ରହୁଛନ୍ତି। ବନୀଶାଙ୍କ ମାମୁଁ କହିଛନ୍ତି, ବନୀଶାଙ୍କ ବୟସ ହୋଇନଥିବାରୁ ତାଙ୍କ ବାପାଙ୍କ ସମସ୍ତ ପଲିସି ଏବଂ ମାସିକ କମିସନ୍‌ ମିଳିପାରୁନି। ରୋଜଗାରର ପନ୍ଥା ନଥିବାରୁ ବନୀଶାଙ୍କୁ ୧୮ ବର୍ଷ ହେବାପରେ ସେ ଋଣ ପରିଶୋଧ କରିପାରିବେ ବୋଲି ଏଲ୍‌ଆଇସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। କିନ୍ତୁ ଏହାର କୌଣସି ଉତ୍ତର ମିଳିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe