ତିହାର ଜେଲ୍‌ରେ ‘ସୁସାଇଡ୍‌ ଓ୍ଵାଚ୍‌’ରେ ଅଛନ୍ତି ଚାରି ନିର୍ଭୟା ଦୋଷୀ

ତିହାର ଜେଲ୍‌ରେ ‘ସୁସାଇଡ୍‌ ଓ୍ଵାଚ୍‌’ରେ ଅଛନ୍ତି ଚାରି ନିର୍ଭୟା ଦୋଷୀ

Image Source: Hindustan Times

ନୂଆଦିଲ୍ଲୀ: ଫେବ୍ରୁଆରି ପହିଲାରେ ଫାଶୀ ପାଇବାକୁ ଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଚାରି ଦୋଷୀଙ୍କୁ ‘ସୁସାଇଡ୍‌ ଓ୍ଵଚ୍‌’ରେ ରଖାଯାଇଥିବା କଥା ତିହାର ଜେଲ୍‌ କର୍ମଚାରୀଙ୍କ ଠାରୁ ପ୍ରକାଶ। ଅର୍ଥାତ୍‌ ଫାଶୀ ପାଇବା ପୂର୍ବରୁ କାଳେ ସେମାନେ ଆତ୍ମହତ୍ୟା କରିପକାଇବେ ସେଥିପାଇଁ ତିହାର ଜେଲ୍‌ରେ ଅଭୁତପୂର୍ବ ନିରାପତ୍ତା ବ୍ୟବସ୍ଥା କରାଯାଇଛି।

ଜେଲ୍‌ର ‘ହାଇ-ରିସ୍କ୍‌’ ସେଲ୍‌ରେ ଚାରି ଦୋଷୀ କଏଦୀଙ୍କୁ ପୃଥକ୍‌ ଭାବେ ଗୋଟିଏ ବଖରାବିଶିଷ୍ଟ ସେଲ୍‌ରେ ରଖାଯାଇଛି। ସେହି ସେଲ୍‌ରେ ରହିବା ସ୍ଥାନ ହେଉଛି ଛଅଫୁଟ୍‌ରେ ଆଠଫୁଟ୍‌। ଏହାର ସମ୍ମୁଖ ଭାଗରେ ରେଲିଙ୍ଗ୍‌ ଲଗାଯାଇ ବନ୍ଦ କରାଯାଇଛି। ସେଲ୍‌ ଛାତର ଭିତର ପଟେ କୌଣସି ଲୁହାଛଡ଼ କି, ବରଗା ନାହିଁ। ସେଲ୍‌ର କୌଣସି ପାଖ କୌଣସି କପଡ଼ା ଆଦି ଦ୍ୱାରା ଢାଙ୍କି ହେବ ନାହିଁ। ପ୍ରତି ସେଲ୍‌କୁ ଅହର୍ନିଶ ଜଗିରହିଛନ୍ତି ଦୁଇଜଣ ପ୍ରହରୀ। ସେଲ୍‌ରେ ଥିବା ଆଟାଚ୍‌ ଟଏଲେଟ୍‌ ବ୍ୟବହାର କରିବା ବେଳେ ମଧ୍ୟ ପଥରର ଅଧାକାନ୍ଥି ଉପରେ କଏଦୀଙ୍କ ମୁଣ୍ଡ ଦେଖାଯାଏ।

publive-image Image Source: Sky News

କାଳେ କିଏ କେଉଁବାଟେ ନିଷିଦ୍ଧ ଜିନିଷ ଲୁଚାଇ ନେଇ ରଖିଥିବ, ସେଥିଲାଗି ଦିନକୁ ଦୁଇଥର ସେଲ୍‌ ତଲାସ କରାଯାଉଛି। ଏହା ବାଦ ପ୍ରତି ସେଲ୍‌ରେ ଦୁଇଟି କରି ସିସିଟିଭି କ୍ୟାମେରା ଲାଗିଛି। ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ଅଫିସ୍‌ରେ ୨୪ ଘଣ୍ଟା ଏହାକୁ ଅନୁଧ୍ୟାନ କରାଯାଉଛି।

କେବଳ ମୁଣ୍ଡ ପିଟି ହିଁ କଏଦୀମାନେ ନିଜର କ୍ଷତି କରିପାରିବେ। ଯଦି ସେମାନେ ଏପରି କରନ୍ତି, ତୁରନ୍ତ ପ୍ରହରୀ ସେଲ୍‌ ଖୋଲି ତାଙ୍କୁ ଅଟକାଇ ପାରିବେ ବୋଲି ଜଣେ ବରିଷ୍ଠ ଜେଲ୍‌ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe