ଶ୍ରୀଲଙ୍କା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି: ରାନିଲ ବିକ୍ରମସିଂଘେ ପଦ ଛାଡ଼ିବେ

Advertisment
ଶ୍ରୀଲଙ୍କା ସର୍ବଦଳୀୟ ବୈଠକରେ ନିଷ୍ପତ୍ତି: ରାନିଲ ବିକ୍ରମସିଂଘେ ପଦ ଛାଡ଼ିବେ

Edules

କଲମ୍ବୋ : ସେନା ବାହିନୀର ଅନୁରୋଧକ୍ରମେ ଗତକାଲି ଶ୍ରୀଲଙ୍କା ବାଚସ୍ପତି ଏକ ସର୍ବଦଳୀୟ ବୈଠକ କରିଥିଲେ। ଶ୍ରୀଲଙ୍କାର ସବୁ ରାଜନୈତିକ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ। ରାନିଲ ବିକ୍ରମସିଂଘେ କାମଚଳା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ଏବଂ ବାଚସ୍ପତି ମହିନ୍ଦା ୟାପା କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାପାଇଁ କୁହାଯାଇଥିଲା। ଇତିମଧ୍ୟ‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବାଚସ୍ପତି ଜଣଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ମ‌ନୋନୀତ କରନ୍ତୁ ଯିଏ କି ଉଭୟ ସରକାର ଏବଂ ବିରୋଧୀଙ୍କ ଦ୍ବାରା ଗ୍ରହଣୀୟ ହୋଇପାରିବେ। ରାନିଲ ବିକ୍ରମସିଂଘେ କହିଛନ୍ତି, ସର୍ବଦଳୀୟ ଅନ୍ତରୀଣ ସରକାରରେ ବାଚସ୍ପତି ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ମନୋନୀତ କରନ୍ତୁ । ଅନ୍ୟପକ୍ଷରେ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ ଅନ୍ତରୀଣ ସରକାରରେ ରାଜନେତାମାନେ ସେମାନଙ୍କ ଦ୍ବାରା ମଧ୍ୟ ଗ୍ରହଣୀୟ ହେବା ଉଚିତ।

ଶ୍ରୀଲଙ୍କା ବାଚସ୍ପତି କହିଛନ୍ତି, ଯେ ରାଷ୍ଟ୍ରପତି ଇସ୍ତଫା ଦେଇଥିବାରୁ ଆସନ୍ତାକାଲିଠାରୁ ୩ ଦିନ ମଧ୍ୟରେ ସଂସଦ ଆରମ୍ଭ ହେବ। ଅନ୍ୟପକ୍ଷେ ବାଚସ୍ପତି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିପାରନ୍ତି। ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଗତକାଲି କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାପରେ ଶ୍ରୀଲଙ୍କାରେ ଆନ୍ଦୋଳନ ଓ ହିଂସା ଉଗ୍ର ରୂପ ନେଇଥିଲା। ଆନ୍ଦୋଳନକାରୀମାନେ ବିକ୍ରମସିଂଘେଙ୍କ ଇସ୍ତଫା ଦାବି କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଖଲ କରିନେଇଥିଲେ। ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାରେ ସେନା ବିଫଳ ହୋଇଥିଲା। ଶେଷରେ ସେନା ରାଜନୈତିକ ଦଳମାନଙ୍କର ସହଯୋଗ ଲୋଡ଼ିଥିଲା। ସେନାର ଅନୁରୋଧକ୍ରମେ ଶ୍ରୀଲଙ୍କା‌ ବାଚସ୍ପତି ସର୍ବଦଳୀୟ ବୈଠକ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe