ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମମତାଙ୍କ ନିବେଦନ: ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା କରନ୍ତୁ

Advertisment
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମମତାଙ୍କ ନିବେଦନ: ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା କରନ୍ତୁ

Image Courtesy of Zee News

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରିବା ଲାଗି ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରିଛନ୍ତି।

ଆଜି ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ବାନାର୍ଜୀ ଲେଖିଛନ୍ତି ଯେ, ନେତାଜୀ ହେଉଛନ୍ତି ଜଣେ ଜାତୀୟ ଏବଂ ବୈଶ୍ବିକ ବ୍ୟକ୍ତିତ୍ବ। ବଙ୍ଗରେ ତାଙ୍କର ଉତ୍ଥାନ ଭାରତ ଇତିହାସରେ ଅତୁଳନୀୟ।

publive-image Image Courtesy of The Better India

ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ର ସରକାରଙ୍କୁ ଆମେ ପୁଣି ଥରେ ନିବେଦନ କରୁଛୁ କି, ନେତାଜୀଙ୍କ ଜନ୍ମଦିନକୁ ଜାତୀୟ ଛୁଟି ଦିବସ ଘୋଷଣା କରାଯାଇ ଦେଶବାସୀଙ୍କୁ ଜାତୀୟ ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଅବସର ଦିଆଯାଉ ଏବଂ ସମ୍ମୁଚ୍ଚିତ ଭାବେ ‘ଦେଶ ନାୟକ ଦିବସ’ ମଧ୍ୟ ପାଳନ କରାଯାଉ।

ମମତା ବାନାର୍ଜୀ ପୁଣି ମଧ୍ୟ ଲେଖିଛନ୍ତି ଯେ, ଚଳିତ ବର୍ଷ ନେତାଜୀଙ୍କ ଉପରେ ଅଧାରିତ ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶନ କରାଯିବ। ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତୀ ପାଳନ ଲାଗି ସେଥିରେ ବଙ୍ଗର ଅନ୍ୟ ପ୍ରସିଦ୍ଧ ସ୍ବାଧୀନତା ସଂଗ୍ରାମୀମାନେ ମଧ୍ୟ ସ୍ଥାନ ପାଇଛନ୍ତି।

ସେ କହିଛନ୍ତି, ବୋଷ ହେଉଛନ୍ତି ଦେଶପ୍ରେମ, ସାହସ, ନେତୃତ୍ବ, ଏକତା ଓ ଭ୍ରାତୃତ୍ବର ମୂର୍ତ୍ତିମନ୍ତ ପ୍ରତୀକ। ନେତାଜୀ ସମସ୍ତ ପିଢ଼ିଙ୍କୁ ପ୍ରେରିତ କରିଛନ୍ତି ଓ କରୁଥିବେ ମଧ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe