ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ‘ଆଡ୍ଭାନ୍ସ୍ଡ଼୍ ଏରୋସ୍ପେସ୍ ଥ୍ରେଟ୍ ଆଇଡେଣ୍ଟିଫିକେସନ୍ ପ୍ରୋଗ୍ରାମ୍’ (ଏଏଟିଆଇପି) ଚନ୍ଦ୍ରରେ ପରମାଣୁ ବିସ୍ଫୋରଣ କରାଇ ଅଦୃଶ୍ୟ ପୋଷାକ, ମାଧ୍ୟକର୍ଷଣ ଶକ୍ତି ନିରୋଧୀ ଉପକରଣ, ଏକ ପ୍ରାନ୍ତରୁ ଆର ପ୍ରାନ୍ତକୁ ଲମ୍ବିଥିବା ଗର୍ତ୍ତ ଏବଂ ସୁଡ଼ଙ୍ଗ ଖୋଳିବା ଲାଗି ଯୋଜନା କରିଥିଲା। ସମ୍ପ୍ରତି ନିଷ୍କ୍ରିୟ ଅବସ୍ଥାରେ ଥିବା ପ୍ରତିଷ୍ଠାନ ‘ଏଏଟିଆଇପି’ର ସାର୍ବଜନୀନ ହୋଇଥିବା କାଗଜପତ୍ରର କିଛି ଅଂଶରୁ ଏ କଥା ଜଣାପଡ଼ିଛି।
Image Courtesy of India Todayକିନ୍ତୁ, ଉପରୋକ୍ତ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ସକାର ହୋଇ ପାରି ନ ଥିଲା ବୋଲି ‘ଭାଇସ୍ଡଟ୍କମ୍’ରେ ରିପୋର୍ଟ ପ୍ରକାଶ ପାଇଛି। ୧୬୦୦ ପୃଷ୍ଠାବିଶିଷ୍ଟ ଉକ୍ତ ଦଲିଲରୁ ଜଣାପଡୁଛି ‘ଏଏଟିଆଇପି’ରେ ଉପରୋକ୍ତ ଗବେଷଣା ସବୁ କେତେ ଦୂର ଅଗ୍ରସର ହୋଇଥିଲା। ଏହିସବୁ ଗବେଷଣା ଆମେରିକାର ପ୍ରତିରକ୍ଷା ଏବଂ ସାମରିକ ସାମର୍ଥ୍ୟର ବିକାଶ ପାଇଁ କରଯାଉଥିଲା। ଏ ଧରଣଣ ଅଦ୍ଭୁତ ଗବେଷଣା ଲାଗି ଆବଶ୍ୟକ କୋଟି କୋଟି ଟଙ୍କା ଯୋଗାଉଥିଲା ‘ୟୁଏସ୍ ଡିଫେନ୍ସ୍ ଇଣ୍ଟେଲିଜେନ୍ସ୍ ଏଜେନ୍ସି’।
Image Courtesy of WIONପ୍ରତିରକ୍ଷା ବିଭାଗ ଯୋଜନାର ଗୁପ୍ତ ବିଭାଗ ‘ଏଏଟିଆଇପି’ ୨୦୦୭ରୁ ୨୦୧୨, ମାତ୍ର ୫ ବର୍ଷ ପାଇଁ କାର୍ଯ୍ୟ କରିଥିଲା। ଏହି କାର୍ଯ୍ୟକ୍ରମର ପୂର୍ବତନ ନିର୍ଦେଶକ ଲୁଇସ୍ ଏଲିଜୋଣ୍ଡୋ ପେଣ୍ଟାଗନ୍ରୁ ଇସ୍ତଫା ଦେବା ପରେ ୨୦୧୭ରେ ‘ନ୍ୟୁୟର୍କ ଟାଇମ୍ସ୍’ ଯୋଗୁଁ ଏ କଥା ସାର୍ବଜନୀନ ହୋଇଥିଲା।
୨୦୧୭ ରିପୋର୍ଟ ଅନୁସାରେ, ଏହି କାର୍ଯ୍ୟକ୍ରମ ପାଇଁ ୨୨ ନିୟୁତ ଡଲାର୍ ବ୍ୟୟ ହୋଇଥିଲା।
Follow Us