ଭାରତରେ ଦୈନିକ କରୋନା ସଂକ୍ରମଣ ମାମଲା ୪୦ ହଜାର ତଳକୁ ଖସିଲା

Advertisment

ସକ୍ରିୟ ମାମଲା ଏବଂ ଦୈନିକ ମୃତ୍ୟୁ ସଂଖ୍ୟା ହ୍ରାସ ଧାରା ଜାରି

ସକ୍ରିୟ ମାମଲା ଏବଂ ଦୈନିକ ମୃତ୍ୟୁ ସଂଖ୍ୟା ହ୍ରାସ ଧାରା ଜାରି

ଭାରତରେ ଦୈନିକ କରୋନା ସଂକ୍ରମଣ ମାମଲା ୪୦ ହଜାର ତଳକୁ ଖସିଲା

ଭୁବନେଶ୍ବର: ଛଅଦିନ ପରେ ଭାରତରେ ଦୈନିକ ନୂଆ କରୋନା ମାମଲା ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ କରୋନା ମାମଲା ୩୮,୦୭୩କୁ ହ୍ରାସ ପାଇଛି । ସେହିଭଳି ତୃତୀୟ ଦିନ ପାଇଁ ଦୈନିକ ନୂଆ ମାମଲା ୫୦ହଜାର ତଳେ ରହିଛି ।

ବିଶ୍ୱର ଅନ୍ୟ କେତେକ ରାଷ୍ଟ୍ରରେ କରୋନା ସଂକ୍ରମଣର ଦ୍ୱିତୀୟ ଏବଂ ତୃତୀୟ ଲହରି ଦେଖାଦେବା ସହ କିଛି ଦେଶରେ ଦିନକୁ ଲକ୍ଷେରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ଗତ ୩-୪ ଦିନ ହେଲା ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ଏଭଳି ସ୍ଥିତିରେ ଭାରତରେ ଦୈନିକ କରୋନା ମାମଲା ୪୦ ହଜାର ତଳକୁ ଖସିବା ବିଷୟ ନିଶ୍ଚିତ ଗୁରୁତ୍ୱ ରଖୁଛି । ତା’ଛଡ଼ା ଭାରତରେ ଗତ କିଛି ସପ୍ତାହ ହେଲା ସକ୍ରିୟ କରୋନା ମାମଲା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

ଆଜିକୁ ୩୮ ଦିନ ହେଲା ନୂଆ ଦୈନିକ କରୋନା ମାମଲାଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୨,୦୩୩ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

https://img-cdn.thepublive.com/filters:format(webp)/sambad/media/post_attachments/71952ebe7c35af89eac0872c62990eb27869b6b591a4875de7687f4747208fe7.jpg

ଦେଶରେ ମୋଟ କରୋନା ସକ୍ରିୟ ମାମଲା ୫,୦୫,୨୬୫କୁ ହ୍ରାସ ପାଇଛି । ଦେଶରେ ମୋଟ କରୋନା ପଜିଟିଭ ଲୋକଙ୍କ ସଂଖ୍ୟାର ଏହା ୫.୮୮% ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି ।

ଫଳସ୍ୱରୂପ ଦେଶରେ କରୋନା ଆରୋଗ୍ୟ ହାର ୯୨.୬୪%କୁ ବୃଦ୍ଧି ପାଇଛି । ଆଜିସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୭୯,୫୯,୪୦୬ରେ ପହଞ୍ଚିଛି । ଏହାଦ୍ୱାରା ସୁସ୍ଥ କରୋନା ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ରହୁଥିବା ବ୍ୟବଧାନ ୭୪,୫୪,୧୪୧କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକଙ୍କ ମଧ୍ୟରୁ ୭୮% ୧୦ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

ଦିଲ୍ଲୀରେ ଦିନକରେ ସର୍ବାଧିକ ୭,୦୧୪ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ୫,୯୮୩ ଲୋକ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୪.୩୯୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

୭୨% ନୂଆ ମାମଲା ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ସର୍ବାଧିକ ଦୈନିକ କରୋନା ମାମଲାରେ ଦିଲ୍ଲୀ ପୁଣି ଉପରେ ରହିଛି । ୨୪ ଘଣ୍ଟାରେ ଏଠାରେ ୫,୯୮୩ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା କି ପୂର୍ବଦିନର ୭,୭୪୫ ନୂଆ ମାମଲାଠାରୁ କମ । ଦିଲ୍ଲୀ ପଛକୁ ଥିବା ପଶ୍ଚିମବଙ୍ଗରେ ୩,୯୦୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ କେରଳର ଦୈନିକ କରୋନା ମାମଲା ୩,୫୯୩କୁ ହ୍ରାସ ପାଇଛି । ମହାରାଷ୍ଟ୍ରରେ ନୂଆ କରୋନା ମାମଲା ୩,୨୭୭ ଖସିଛି । ଦୈନିକ ନୂଆ ମାମଲାରେ କେରଳ ଏବଂ ମହାରାଷ୍ଟ୍ର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଗତ ୨୪ ଘଣ୍ଟାରେ ୪୪୮ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଲଗାତର ଦ୍ୱିତୀୟ ଦିନ ହେଲା କରୋନା ମୃତ୍ୟୁ ସଂଖ୍ୟା ୫୦୦ ତଳେ ରହୁଛି । ଦୈନିକ କରୋନା ମୃତ୍ୟୁର ୭୮% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି । ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୮୫ ଲୋକ ପ୍ରାଣ ହରାଇଛନ୍ତି । ମୋଟ ଦୈନିକ ମୃତ୍ୟୁରେ ଏହାର ଭାଗ ୧୮.୯୭%କୁ ହ୍ରାସ ପାଇଛି । ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଦୈନିକ ମୃତ୍ୟୁ ଯଥାକ୍ରମେ ୭୧ ଓ ୫୬ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe