କୋଣାର୍କ ସମେତ ୪୦ଟି ଐତିହ୍ୟସ୍ଥଳରେ ପର୍ଯ୍ୟଟକ ସଂଖ୍ୟା ହ୍ରାସ

କୋଣାର୍କ ମନ୍ଦିର ପରିସରରେ ପାନୀୟ ଜଳ ସମସ୍ୟା: ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

newindianexpress.com

ନୂଆଦିଲ୍ଲୀ : ଆଇଆଇଟିଟିଏମ୍‌ କୋଣାର୍କ ସୂର୍ଯ୍ୟ ମନ୍ଦିର ସମେତ ଦେଶର ୪୦ଟି ପ୍ରମୁଖ ଐତିହ୍ୟ ସ୍ଥଳର ନିକଟରେ ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଜଣାପଡ଼ିଛି ଯେ ୨୦୧୪ରୁ ଲଗାତାର ସ୍ମାରକୀଗୁଡ଼ିକୁ ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଯାହାକି ଏବେ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।

ଏହି ପରିପ୍ରେକ୍ଷୀରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଇଁ ସ୍ମାରକୀଗୁଡ଼ିକରେ ଆବଶ୍ୟକୀୟ ସୁବିଧା ଯୋଗାଇଦେବା ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟୁରିଜିମ ଆଣ୍ଡ୍‌ ଟ୍ରାଭେଲ୍‌ ମ୍ୟାନେଜମେଣ୍ଟ୍‌ (ଆଇଆଇଟିଟିଏମ୍‌) କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି। ସ୍ମାରକୀଗୁଡ଼ିକରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଐତିହ୍ୟ ସ୍ଥଳଗୁଡ଼ିକୁ ଘରୋଇ ସଂସ୍ଥା ଦ୍ବାରା ପରିଚାଳନା କରିବା, କ୍ୟୁଆର୍ କୋଡ୍‌ ଆଧାରିତ ଟିକଟ ବ୍ୟବସ୍ଥା ଆରମ୍ଭ କରିବା, ସ୍ଥଳଗୁଡ଼ିକରେ ହାଲୁକା ଇ-ଯାନ ଚଳାଚଳ ସୁବିଧା ପ୍ରଦାନ କରିବା, ଲାଇଟ ଆଣ୍ଡ୍‌ ସାଉଣ୍ଡ୍‌ ଭଳି କାର୍ଯ୍ୟକ୍ରମର ବ୍ୟବସ୍ଥା କରିବା ସମେତ ମୌଳିକ ସୁବିଧା ଯୋଗାଇଦେବାକୁ ଆଇଆଇଟିଟିଏମ୍‌ ସୁପାରିସ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe