ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୟୁନେସ୍କୋ (UNESCO) ଏକ ଭାରତୀୟ ପର୍ବକୁ ଅମୂର୍ତ୍ତ ଐତିହ୍ୟ ତାଲିକାରେ ସାମିଲ କରିଛି। ଚଳିତ ବର୍ଷ ଦୀପାବଳିକୁ ଅମୂର୍ତ୍ତ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ୟୁନେସ୍କୋର ଆନ୍ତର୍ଜାତୀୟ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଫଳରେ ବିଶ୍ୱ ସ୍ତରରେ ଭାରତର ସାଂସ୍କୃତିକ ପରିଚୟକୁ ନୂତନ ସ୍ୱୀକୃତି ମିଳିଛି।
ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
ଏହି ପର୍ବ ଭାରତର ଆଧ୍ୟାତ୍ମିକତା, ବିବିଧତା ଏବଂ ସାମାଜିକ ଏକତାକୁ ପ୍ରତିଫଳିତ କରେ। ୟୁନେସ୍କୋର ଏହି ପଦକ୍ଷେପ ଭାରତୀୟ ପରମ୍ପରାକୁ ସଂରକ୍ଷଣ କରିବାରେ ଏବଂ ବିଶ୍ୱବ୍ୟାପୀ ଏହାର ଗୁରୁତ୍ୱ ବୃଦ୍ଧି କରିବାରେ ସାହାଯ୍ୟ କରିବ। ତେବେ ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ବି ୟୁନେସ୍କୋ ଭାରତୀୟ ପର୍ବକୁ ଅମୂର୍ତ୍ତ ଐତିହ୍ୟ ତାଲିକାରେ ସାମିଲ କରିଛି।
ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା
ଦୀପାବଳିକୁ ଅମୂର୍ତ୍ତ ଐତିହ୍ୟ ତାଲିକାରେ ସାମିଲ କରାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏକ୍ସରେ ୟୁନେସ୍କୋ ଟୁଇଟ୍ ରି-ସେୟାର କରି ସେ ଲେଖିଛନ୍ତି, ‘‘ଭାରତ ଏବଂ ବିଶ୍ୱରେ ଥିବା ଆମ ଲୋକମାନେ ଆଜି ଖୁସିରେ ଅଧୀର। ଆମ ପାଇଁ, ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ନିବିଡ଼ ଭାବରେ ଜଡିତ। ଏହା ଆମ ସଭ୍ୟତାର ଆତ୍ମା। ଏହା ଆଲୋକ ଏବଂ ଧାର୍ମିକତାକୁ ପ୍ରତିପାଦିତ କରେ। ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯିବା ଦ୍ୱାରା ବିଶ୍ୱସ୍ତରରେ ଏହି ଉତ୍ସବର ଲୋକପ୍ରିୟତା ଅଧିକ ବୃଦ୍ଧି ପାଇବ। ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଅନନ୍ତକାଳ ପର୍ଯ୍ୟନ୍ତ ଆମର ମାର୍ଗଦର୍ଶନ କରୁଥାଆନ୍ତୁ।
People in India and around the world are thrilled.
— Narendra Modi (@narendramodi) December 10, 2025
For us, Deepavali is very closely linked to our culture and ethos. It is the soul of our civilisation. It personifies illumination and righteousness. The addition of Deepavali to the UNESCO Intangible Heritage List will… https://t.co/JxKEDsv8fT
ଆହୁରି ପଢ଼ନ୍ତୁ: Trump's New Visa Rule: ଆମେରିକା ଯିବା ପୂର୍ବରୁ ଫେସବୁକ୍-ଇନଷ୍ଟାଗ୍ରାମ ପୋଷ୍ଟ୍ ଯାଞ୍ଚ୍ ହେବ: ଟ୍ରମ୍ପ୍ଙ୍କ ଅଜବ ଭିସା ଆଇନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/10/pm-modi-2025-12-10-17-20-35.jpg)