www.indiatoday.in
ମୁମ୍ବାଇ: ସ୍ୱାମୀ ରଣବୀର ସିଂଙ୍କ ହାତ ଧରି ଅଭିନେତ୍ରୀ ଦୀପିକା ପାଦୁକୋନ ସୋମବାର ଲୋକସଭା ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ମୁମ୍ବାଇର ଏକ ମତଦାନ କେନ୍ଦ୍ରରେ ପହଞ୍ଚିଥିବାର ନଜର ଆସିଛନ୍ତି। ଦୀପିକା ମତଦାନ ଦେବାକୁ ଯାଇଥିବା ବେଳେ ସମସ୍ତଙ୍କ ନଜର ରହିଥିଲା ତାଙ୍କ ବେବି ବମ୍ପ୍ ଉପରେ। ଏକ ଧଳା ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଥିବା ୩୮ ବର୍ଷୀୟ ଅଭିନେତ୍ରୀଙ୍କୁ ତାଙ୍କ ସ୍ବାମୀ ହାତ ଧରି ଧରି ଭିତରକୁ ନେଇ ଯାଉଥିବା ଭାଇରାଲ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।
​​ଯେତେବେଳେ ଏହି ଦମ୍ପତି ମତଦାନ ଦେବାକୁ ଯାଉଥିଲେ ବହୁ ସଂଖ୍ୟାରେ ପାରାଜାଜି ସେ ଦୁହିଁଙ୍କୁ ଘେରିଯାଇ ଫଟୋ ଓ ଭିଡିଓ ନେଇଥିଲେ। ଆପଣ ଜାଣନ୍ତି ଯେ ଆସନ୍ତା ସେପ୍ଟେମ୍ବର ମାସରେ ଦୀପିକା ଏବଂ ରଣବୀର ସେମାନଙ୍କର ପ୍ରଥମ ସନ୍ତାନକୁ ନେଇ ଆଶାବାଦୀ ଅଛନ୍ତି।
ଗର୍ଭାବସ୍ଥାର ଦ୍ୱିତୀୟ ତ୍ରୈମାସିକରେ ଥିବା ଦୀପିକା ପାଦୁକୋନ ଓ ସ୍ବାମୀ ରଣଭୀର ସିଂ ଭୋଟ୍ ଦେବା ପାଇଁ ସେମାନେ ମତଦାନ ବୁଥରେ ପ୍ରବେଶ କଲାବେଳେ ପରସ୍ପରଙ୍କ ହାତ ଧରାଧରି ହୋଇଥିଲେ।
ଗତ ଫେବ୍ରୁଆରି ୨୯ ତାରିଖରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ସେମାନଙ୍କର ଗର୍ଭଧାରଣ ଘୋଷଣା କରିଥିଲେ। ଏହାପୂର୍ବରୁ ଦୀପିକା ନିଜ ପିଲା ମଧ୍ୟରେ ଯେଉଁ ଗୁଣ ଆସୁ ବୋଲି ଚାହାନ୍ତି ସେ ବିଷୟରେ କହିଥିଲେ।
ସେ ଏକ ମଣମାଧ୍ୟମରେ କହିଥିଲେ ଯେ ପିତା ହେବା ପାଇଁ ରଣବୀର ଓ ମୁଁ ସେତେବେଳେ ଚିନ୍ତା କରିବୁ, ଯେତେବେଳେ ଆମେ ନିଶ୍ଚିତ ହେବୁ ଯେ ଦୁଇ ଜଣ କର୍ମଜୀବୀ ହୋଇ ମଧ୍ୟ ଆମ ପିଲାକୁ ପରିବାରର ଉଚିତ ଭଲପାଇବା ମିଳିପାରିବ।
Follow Us