Image Courtesy of Hindustan Times
ନୂଆଦିଲ୍ଲୀ: ‘ଏନ୍ବିସି’ କାର୍ଯ୍ୟ କରୁଥିବା କୋଲାବାସ୍ଥିତ ମୁମ୍ବାଇ ପୋର୍ଟ ଟ୍ରଷ୍ଟ୍ ଗେଷ୍ଟ୍ ହାଉସ୍ରେ ଶନିବାର ପୂର୍ବାହ୍ନ ୯. ୪୫ ମିନିଟ୍ରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପହଞ୍ଚିଛନ୍ତି। ପୂର୍ବାହ୍ନ ୧୦ଟାରେ ଅଫିସ୍ରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ନିଶା ଔଷଧର ଭୂମିକା ଦିଗରୁ ଚାଲିଥିବା ତଦନ୍ତ ସଂକ୍ରାନ୍ତରେ ତାଙ୍କୁ ପଚରା ଉଚୁରା କରାଯାଉଛି।
ଗଣମାଧ୍ୟମକୁ ଏଡ଼ାଇ ଲାଗି ଦୀପିକା ପାହାନ୍ତାରୁ ତାଙ୍କ ମୁମ୍ବାଇସ୍ଥିତ ଘରୁ ବାହାରି ଆସିଥିଲେ। କିନ୍ତୁ, ଆଜି ସାଥିରେ ତାଙ୍କ ସ୍ବାମୀ ରଣବୀର ସିଂହ ଆସି ନାହାନ୍ତି।
ଶୁକ୍ରବାର ଦିନ ଦୀପିକା ପାଦୁକୋନ୍ଙ୍କ ମ୍ୟାନେଜର୍ କରିଶ୍ମା ପ୍ରକାଶ ଏବଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର୍ ଶ୍ରୁତି ମୋଦୀଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିଲା। ପ୍ରକାଶଙ୍କୁ ପୁଣି ଶନିବାର ଦିନ ହାଜର ହେବାକୁ ସମନ ଦିଆଯାଇଛି।
Image Courtesy of India Todayଗୋଆରେ ଥିବା ପାଦୁକୋନ୍ ସ୍ବାମୀ ରଣବୀର ସିଂହଙ୍କ ଗୁରୁବାର ଦିନ ମୁମ୍ବାଇରେ ପହଞ୍ଚିଥିଲେ। ବୁଧବାର ଦିନ ତାଙ୍କୁ ‘ଏନ୍ବିସି’ ସମନ୍ ଦେଇଥିଲା। ସେଦିନ ଶ୍ରଦ୍ଧା କପୁର, ସାରା ଅଲି ଖାଁ ଏବଂ ରାକୁଲ ପ୍ରୀତ୍ ସିଂହଙ୍କୁ ମଧ୍ୟ ସମନ କରାଯାଇଥିଲା। ଶ୍ରଦ୍ଧା କପୁର ଓ ସାରା ଅଲି ଖାଁ ଶନିବାର ପୂର୍ବରୁ ‘ଏନ୍ବିସି’ରେ ହାଜର ହେବେ ବୋଲି ଆଶା କରାଯାଉଛି।
Follow Us