ଡ୍ରଗ୍ସ ମାମଲାରେ ପଚରାଉଚରା କରିବ ଏନସିବି, ଗୋଆରୁ ଆଜି ମୁମ୍ବାଇ ଆସିବେ ଦୀପିକା ପାଦୁକୋନ

Advertisment
ଡ୍ରଗ୍ସ ମାମଲାରେ ପଚରାଉଚରା କରିବ ଏନସିବି, ଗୋଆରୁ ଆଜି ମୁମ୍ବାଇ ଆସିବେ ଦୀପିକା ପାଦୁକୋନ

CNBC.com

ମୁମ୍ବାଇ: ସେପ୍ଟେମ୍ବର ୨୫ରେ ଡ୍ରଗ୍ସ ମାମଲାରେ ଜଡିତ ଥିବା ଦୀପିକା ପାଦୁକୋନଙ୍କୁ ଏନସିବି ପଚରାଉଚରା କରିବ। ଦୀପିକା ବର୍ତ୍ତମାନ ଗୋଆରେ ଅଛନ୍ତି। ଏନସିବି ପକ୍ଷରୁ ସମନ ପାଇବା ପରେ ଦୀପିକା ଆଜି ଅପରାହ୍ନରେ ଗୋଆ ଛାଡି ମୁମ୍ବାଇ ଫେରିବେ। ଗୋଆ ବିମାନବନ୍ଦର ସିଆଇଏସ୍ଏଫ୍ ଅନୁଯାୟୀ, ଦୀପିକା ଆଜି ଦିନ ୧୨ଟା ୩୦ମିନିଟରେ ଗୋଆ ଛାଡିବେ। ଏ ନେଇ ସିଆଇଏସ୍ଏଫ୍ କୁ ସତର୍କ କରାଯାଇଛି। ଚାର୍ଟାର୍ଡ ​​ବିମାନରେ ଦୀପିକା ମୁମ୍ବାଇକୁ ଉଡ଼ାଣ କରିବେ ବୋଲି ଜଣା ପଡ଼ିଛି। ଏହା ସହ ଆଜି ଏନସିବି ପକ୍ଷରୁ ରାକୁଲ ପ୍ରୀତ ସିଂହ ଏବଂ ସିମୋନ ଖମ୍ବାଟାଙ୍କୁ ପଚରାଉଚରା ପାଇଁ ଡ଼କାଯାଇଛି।

ଡ୍ରଗ୍ସ ମାମଲାରେ ଦୀପିକା ପାଦୁକୋନଙ୍କ ନାମ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଦୀପିକାଙ୍କୁ ଟ୍ରୋଲ କରାଯାଉଛି। ତାଙ୍କ ମ୍ୟାନେଜର କରିସ୍ମାଙ୍କ ସହ ତାଙ୍କର ଚାଟ୍ ଭାଇରାଲ ହେବା ପରେ ସେ ଡ୍ରଗ୍ସ ନେଉଥିବା ସାମ୍ନାକୁ ଆସିଥିଲା। ଏନସିବି ହାତରେ ପ୍ରମାଣ ଲାଗିବା ପରେ ଏବେ ଅଭିନେତ୍ରୀ ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂହ, ସାରା ଅଲି ଖାନ୍ ଏବଂ ଦୀପିକାଙ୍କୁ ଜେରା ପାଇଁ ସମନ ପଠାଇଛି ଏନସିବି। ୩ଦିନ ମଧ୍ୟରେ ସମସ୍ତ ଅଭିନେତ୍ରୀଙ୍କୁ ପଚରାଉଚରା କାମ ଶେଷ କରିବ ଏନସିବି।

publive-image Times of India

କିଛି ଦିନ ତଳେ କମ୍ପାନି ମ୍ୟାନେଜର କରିସ୍ମାଙ୍କ ସହ ଦୀପିକା ପାଦୁକୋନଙ୍କ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିଥିଲା। ଏନସିବି ହାତରେ ଦୀପିକା ଓ କରିସ୍ମାଙ୍କ ମଧ୍ୟରେ ହୋଇଥିବା ହ୍ବାଟସଆପ ଚାଟ୍ ଲାଗିଥିଲା, ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି । ଦୀପିକା ଏଥିରେ କରିସ୍ମାଙ୍କୁ ପଚାରୁଛନ୍ତି, ‘ତୁମ ପାଖରେ ମାଲ ଅଛି ଅଛି କି?’ ଏହାର ଉତ୍ତରରେ କରିସ୍ମା କହୁଛନ୍ତି- ‘ହଁ … କିନ୍ତୁ ଘରେ। ମୁଁ ବାନ୍ଦ୍ରା ରେ ଅଛି।

ଏହା ଉପରେ କରିସ୍ମା ଜଣେ ଅମିତ ନାମକ ଯୁବକଙ୍କ ନାମ ନେଇ କହୁଛନ୍ତି ଯେ ମୁଁ ଅମିତକୁ ପଠାଇ ପାରିବି। ଏହା ଉପରେ ଦୀପିକା କହୁଛନ୍ତି- ‘ହଁ, ଦୟାକରି ପଠାଅ।’ କିଛି ସମୟ ପରେ କରିସ୍ମା କହୁଛନ୍ତି, ‘ଅମିତ ଦେବା ପାଇଁ ଗଲା।’ ଏହା ଉପରେ ଦୀପିକା ପଚାରୁଛନ୍ତି – ‘ହାଶ ଅଛି କି? କିନ୍ତୁ କରିସ୍ମା କହିଛନ୍ତି ଯେ ହାଶ ନୁହେଁ ଗଞ୍ଜେଇ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe