ଭାରତ ଆସିଥିବା ଚିତାର ଭୋଜନ ପାଇଁ ହରିଣ ପଠାଯାଉଥିବା ଜାଣି ବିଜେପିରେ ଆରମ୍ଭ ହେଲା ବିବାଦ

Advertisment
ଭାରତ ଆସିଥିବା ଚିତାର ଭୋଜନ ପାଇଁ ହରିଣ ପଠାଯାଉଥିବା ଜାଣି ବିଜେପିରେ ଆରମ୍ଭ ହେଲା ବିବାଦ

ନୂଆଦିଲ୍ଲୀ: ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ତମ ଜନ୍ମଦିନ ଅବସରରେ ନାମିବ୍ୟାରୁ ଭାରତ ଆସିଥିଲେ ୮ଟି ଚିତା। ସେମାନଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ ପ୍ରଧାନମନ୍ତ୍ରୀ। ଦେଶରୁ ବିଲୁପ୍ତ ହୋଇଯାଇଥିବା ଚିତାକୁ ପୁଣି ଥରେ ଭାରତ ଅଣାଯିବାକୁ ‌ନେଇ ଦେଶବାସୀ ଖୁସିଥିବା ବେଳେ ଏବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କ ଶିକାର ପାଇଁ ହରିଣମାନଙ୍କୁ ପଠାଯିବା ଖବରକୁ ନେଇ ଏବେ ବିବାଦ ଦେଖାଦେଇଛି।

ନିକଟରେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା କୁଲଦୀପ ବିଷ୍ଣୋଇ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଏଭଳି ହେବା ଦ୍ବାରା ବିଷ୍ଣୋଇ ସମ୍ପ୍ରଦାୟର ଭାବନା ଆହତ ହେଉଥିବା କହି ତୁରନ୍ତ ଏହାକୁ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି କୁଲଦୀପ। କୁଲଦୀପ ବିଷ୍ଣୋଇ ସୋମବାର ଟୁଇଟ୍ କରି ଏହି ଘଟଣାର ତଦନ୍ତ ଦାବି କରି କହିଛନ୍ତି ଯେ, କୁନୋ ଜାତୀୟ ଉଦ୍ୟାନରେ ଥିବା ଚିତାର ଭୋଜନ ପାଇଁ ହରିଣ ପଠାଯାଉଥିବା ବିଷୟରେ ସୂଚନା ଆସୁଛି, ଯାହା ଅତ୍ୟନ୍ତ ନିନ୍ଦନୀୟ। ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି ଯେ ରାଜସ୍ଥାନରେ ବିଲୁପ୍ତ ହେବାକୁ ବସିଥିବା କୃଷ୍ଣସାର ମୃଗ ଏବଂ ବିଷ୍ଣୋଇ ସମାଜର ଭାବନାକୁ ଦୃଷ୍ଟିରେ ରଖି ଏହି ଘଟଣାର ଅନୁସନ୍ଧାନ କରନ୍ତୁ ଏବଂ ଯଦି ଏଭଳି ହେଉଥାଏ ତେବେ ତୁରନ୍ତ ଏହାକୁ ବନ୍ଦ କରନ୍ତୁ।

ଉଲ୍ଲେଖଯୋଗ୍ୟ, କୃଷ୍ଣସାର ମୃଗଙ୍କ ଉପରେ ବିଷ୍ଣୋଇ ସମ୍ପ୍ରଦାୟର ଧାର୍ମିକ ବିଶ୍ୱାସ ରହିଛି। ରାଜସ୍ଥାନ, ହରିୟାଣା ଏବଂ ମଧ୍ୟପ୍ରଦେଶର ବିଷ୍ଣୋଇ ସମାଜର ଅନେକ ସଂଗଠନ ହରିଣମାନଙ୍କୁ ଚିତାବାଘର ଭୋଜନ ପାଇଁ ପଠାଯିବାକୁ ନେଇ ବିରୋଧ କରିଛନ୍ତି। ରାଜନୈତିକ ଦଳମାନେ ମଧ୍ୟ ଏହାକୁ ଏକ ପ୍ରସଙ୍ଗ କରିବା ଆରମ୍ଭ କରିଛନ୍ତି।

ସେପ୍ଟେମ୍ବର ୧୭ରେ, ନାମିବ୍ୟାରୁ ମଧ୍ୟପ୍ରଦେଶର ଶ୍ୟୋପୁରରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ୮ଟି ଚିତା ଅଣାଯାଇଛି। ଆଫ୍ରିକାରୁ ଭୋକିଲା ଆସିଥିବା ଚିତାଙ୍କ ଭୋକ ମେଣ୍ଟାଇବା ପାଇଁ ରାଜଗଡ ଜିଲ୍ଲାର ନରସିଂହଗଡ ଚିଡିଖୋ ଜଙ୍ଗଲ ଅଭୟାରଣ୍ୟରୁ ୧୮୧ଟି ହରିଣ ପଠାଯିବା ନେଇ ଖବର ମିଳିବା ପରେ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe