ମାନହାନି ମାମଲା: ଉଦ୍ଧବ, ଆଦିତ୍ୟ, ସଂଜୟ ରାଉତଙ୍କୁ ସମନ କଲେ ଦିଲ୍ଲୀ ହାଇକୋର୍ଟ

ଶିବସେନା (ୟୁବିଟି) ଘୋଷଣା କଲା ୧୬ ଜଣ ପ୍ରାର୍ଥୀଙ୍କ ନାମ

Millennium Post

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଆଜି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ପୁଅ ଆଦିତ୍ୟ ଠାକ୍‌ରେ ଏବଂ ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କୁ ସମନ କରିଛନ୍ତି। ସାଂସଦ ରାହୁଲ ରମେଶ ଶେୱାଲେଙ୍କ ଦ୍ବାରା ରୁଜୁ ହୋଇଥିବା ଏକ ମାନହାନି ମାମଲାରେ ହାଇକୋର୍ଟ ଆଜି ଏହି ସମନ ଜାରି କରିଛନ୍ତି।

ଉପରୋକ୍ତ ୩ ନେତା ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନା ଗୋଷ୍ଠୀ ଏବଂ ରାହୁ‌ଲ ରମେଶଙ୍କ ବିରୋଧରେ ଦୂର୍ନୀତି ଅଭିଯୋଗ ଆଣିଥିବାରୁ ଏହାକୁ ବିରୋଧ କରି ରାହୁଲ ରମେଶ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ପ୍ରତୀକ ଜଲନ ରାହୁଲ ରମେଶଙ୍କ ମାନହାନି ମାମଲାକୁ ଗ୍ରହଣ କରିବା ସହ ଉଦ୍ଧବ, ଆଦିତ୍ୟ ଏବଂ ସଂଜୟ ରାଉତଙ୍କୁ ସମନ କରିଥିଲେ। ସୋସିଆଲ ମିଡିଆ ମଞ୍ଚରେ ଏନେଇ ଯେଉଁ ଅପମାନଜନକ ବିଷୟବସ୍ତୁ ରହିଛି ତାକୁ ହଟାଇବା ପାଇଁ ଆବେଦନ ହୋଇଥିବାରୁ ହାଇକୋର୍ଟ ଗୁଗଲ୍‌, ଟ୍ବିଟର, ଉଦ୍ଧବ, ଆଦିତ୍ୟ ଏବଂ ସଂଜୟ ରାଉତଙ୍କଠାରୁ ୩୦ ଦିନ ମଧ୍ୟରେ ଲିଖିତ ଜବାବ ମାଗିଛନ୍ତି। ଆସନ୍ତା ଏପ୍ରିଲ ୧୭ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe